ଓଡିଶା

odisha

ETV Bharat / city

ନର୍କ ପାଲଟିଛି ବାଦାମବାଡି ବସଷ୍ଟାଣ୍ଡ ! ଅସରାଏ ବର୍ଷାରେ କାଦୁଅ ପଚପଚ, ଯାତ୍ରୀଙ୍କ ଦୁଃଖ ନକହିଲେ ଭଲ

ଅସରାଏ ବର୍ଷା ହେଲେ ଆଣ୍ଠୁଏ ପଙ୍କରେ ଚାଷ ଜମିର ଭ୍ରମ ସୃଷ୍ଟି କରୁଛି କଟକ ବାଦମବାଡ଼ି ସ୍ଥିତ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡର ଚିତ୍ର । ଏହାସହ ଚାରିଆଡେ କୁଢକୁଢ ଅଳିଆ ଓ ଆବର୍ଜନା । ସାରା ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ବସ ସେବା ଯୋଗାଉଥିବା ଏହି ବସଷ୍ଟାଣ୍ଡ ଆଜି ସମ୍ପୂର୍ଣ୍ଣ ଅବହେଳିତ ହୋଇପଡ଼ିରହିଛି । ଅଧିକ ପଢ଼ନ୍ତୁ

By

Published : Jul 15, 2022, 4:07 PM IST

badambadi bus stand problem
ଅସରାଏ ବର୍ଷାରେ ବେହାଲ ବାଦାମବାଡି, ଯାତ୍ରୀଙ୍କ କ୍ଷୋଭ ପ୍ରକାଶ

କଟକ: ରାଜ୍ୟର କୋଣ ଅନୁକୋଣକୁ ଏଠାରୁ ବସ ଗଡୁଛି । ଏହା ମଧ୍ୟ ରାଜ୍ୟର ଏକ ପ୍ରମୁଖ ତଥା ସର୍ବପୁରାତନ ବସଷ୍ଟାଣ୍ଡ । ତେବେ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ଏହି ବାଦାମବାଡି ବସଷ୍ଟାଣ୍ଡ । କଟକ ବାଦମବାଡ଼ି ସ୍ଥିତ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡରେ ସରକାରଙ୍କ ବିକାଶର ଅସଲ ଚିତ୍ର ଦେଖିବାକୁ ମିଳିଛି । ବସରେ ଚଢିବା, ଓହ୍ଲାଇବା ତ ଦୂରର କଥା, ଚାଲିକି ଯିବା ମଧ୍ୟ ଯାତ୍ରୀଙ୍କ ପାଇଁ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛି । ଅସରାଏ ବର୍ଷା ହେଲେ କାଦୁଅ ପଚପଚ ସାଙ୍ଗକୁ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଏଭଳି ସମସ୍ୟା ଦିନକର ନୁହେଁ ବରଂ ବର୍ଷ ବର୍ଷର । ଫଳରେ ପ୍ରଶାସନର ପ୍ରତିଶୃତି ପାଣିର ଗାର ପାଲଟିଛି ।

ଅସରାଏ ବର୍ଷାରେ ବେହାଲ ବାଦାମବାଡି

ଚାଷ ଜମିର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନଟି ହେଉଛି କଟକ ବାଦମବାଡ଼ି ସ୍ଥିତ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡର ଚିତ୍ର । ଆଣ୍ଠୁଏ କାଦୁଅ ସାଙ୍ଗକୁ ଚାରିଆଡେ କୁଢକୁଢ ଅଳିଆ ଓ ଆବର୍ଜନା । ଖାଲି ସେତିକି ନୁହେଁ ଅସରାଏ ବର୍ଷାରେ ଷ୍ଟାଣ୍ଡର ରୂପରେଖ ପୁରା ବଦଳିଯାଏ। ସାରା ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ବସ ସେବା ଯୋଗାଉଥିବା ଏହି ବସଷ୍ଟାଣ୍ଡ ଆଜି ସମ୍ପୂର୍ଣ୍ଣ ଅବହେଳିତ ହୋଇ ପଡ଼ିରହିଛି । ବର୍ଷ ବର୍ଷ ଧରି ନର୍କ ଯନ୍ତ୍ରଣା ଦେଉଥିବା ବସଷ୍ଟାଣ୍ଡରେ କେବେ ସୁଧାର ଆସିବ ବୋଲି ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବସ କର୍ମଚାରୀ ପ୍ରଶ୍ନ କରିଛନ୍ତି । କଟକ ସହରର ମୁଖ୍ୟସ୍ଥଳୀ କହିଲେ ବାଦାମବାଡ଼ି । ପ୍ରତିଦିନ ହଜାର ହଜାର ବସ ବିଭିନ୍ନ ଜିଲ୍ଲା ତଥା ରାଜ୍ୟକୁ ଯାତାୟତ କରେ । ଦୀର୍ଘ 20 ବର୍ଷହେଲା ବସଷ୍ଟାଣ୍ଡର ସମାନ ଅବସ୍ଥା ରହିଆସିଥିବା ଲୋକେ କହିଛନ୍ତି ।

ଏଥିପାଇଁ ସ୍ଥାନୀୟ ପ୍ରତିନିଧିଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ପୂର୍ବରୁ ପ୍ରଶାସନ ଓ ମହାନଗର ନିଗମ ଷ୍ଟାଣ୍ଡର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲେ। ମାତ୍ର ଆଜିଯାଏ କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପଟେ ମେୟର, କମିଶନର ଏବଂ ବିଭାଗୀୟ ଯନ୍ତ୍ରୀ ବସଷ୍ଟାଣ୍ଡର ବାସ୍ତବ ଚିତ୍ରର ସ୍ଥିତି ପରଖିଛନ୍ତି । ଆସନ୍ତା 2 ଦିନ ମଧ୍ୟରେ ଆକ୍ସନ ପ୍ଲାନ ଓ 15 ଦିନ ମଧ୍ୟରେ ଷ୍ଟାଣ୍ଡର ବିକାଶ କରାଯିବ । ଯାହାଦ୍ୱାରା ଆଗାମୀ ମୌସୁମୀ ବେଳକୁ ଷ୍ଟାଣ୍ଡର ବିକାଶ ହେଇଥିବ ବୋଲି କହିଛନ୍ତି ସିଏମସି କମିଶନର କହିଛନ୍ତି।

ଖାଲି ବସଷ୍ଟାଣ୍ଡ ନୁହେଁ ବର୍ଷା ଆସିଲେ କଟକର ଚିତ୍ର ବଦଳିଯାଏ । ପ୍ରତିଶୃତି ପରେ ମିଳୁଛି ପ୍ରତିଶୃତି ହେଲେ ପୂରଣ ହେଉନି ଦାବି । ତେବେ କେବେ ବଦଳିବ ବାଦାମବାଡ଼ିର ଭାଗ୍ୟ । ଉନ୍ନତି କେବଳ ସମୀକ୍ଷାରେ ରହୁଛି ନା ତାହା ବାସ୍ତବରେ ପ୍ରତିଫଳନ ହେବ ତାକୁ ହିଁ ଅପେକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details