କଟକ: ଅଦ୍ଭୁତ, ଅବିଶ୍ବସନୀୟ । କଟକ ସିଟି ହସ୍ପିଟାଲରେ ଜନ୍ମ ନେଇଛି ଖପୁରୀ ବିହୀନ ଏକ ବିରଳ ଶିଶୁପୁତ୍ର । ନବଜାତକଟି ଜୀବନ୍ତ ଅଛି । ଶିଶୁଟି ଜନ୍ମ ହେବା ପରେ ତାହାର ସ୍ବାସ୍ଥ୍ୟବସ୍ଥା ଠିକ୍ ନ ଥିବାରୁ ବୁଧବାର ଦିନ ତାକୁ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ନବଜାତକଟି ଏସଏନସିୟୁ(special newborn care units)ରେ ଚିକିତ୍ସାଧୀନ ରହିଛି ।
ଶିଶୁର ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଯାହାର ତଦାରଖ କରୁଛନ୍ତି ଖୋଦ୍ ସୁପରିଟେଣ୍ଡଣ୍ଟ ଡ଼ ଜ୍ଞାନେନ୍ଦ୍ର ବେହେରା ।