କଟକ: ଅଭିନେତା ବାବୁସାନଙ୍କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ପୋଲିସ ପ୍ରକୃତି ମିଶ୍ରଙ୍କୁ ଜେରା କରି ସାରିଥିବା ବେଳେ ଏବେ ବାବୁସାନଙ୍କ ପାଳି । କିନ୍ତୁ ବାବୁସାନ ଓଡ଼ିଶା ଫେରି ଆସିଲେ ମଧ୍ୟ ଏପର୍ଯ୍ୟନ୍ତ ଥାନାରେ ହଜାର ହୋଇ ନିଜର ପକ୍ଷ ରଖି ନାହାନ୍ତି ।
Babushan Family Discord: ବାବୁସାନଙ୍କ ପାଇଁ ବଢ଼ିପାରେ ଅଡ଼ୁଆ ! - ବାବୁସାନଙ୍କ ପାରିବାରିକ ବିବାଦ
ଭିନେତା ବାବୁସାନଙ୍କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ପୋଲିସର ନୋଟିସ ପାଇବା ପରେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ପଡ଼ିବ । ଅଧିକ ପଢ଼ନ୍ତୁ
ପୋଲିସର ନୋଟିସ ପାଇବା ପରେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ପଡ଼ିବ । ଏହି ସମୟରେ ପୋଲିସ ବାବୁସାନଙ୍କଠାରୁ ପତ୍ନୀଙ୍କ ଅଭିଯୋଗ ସହ ପ୍ରକୃତି ମିଶ୍ରଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ମନ୍ମଥ ମିଶ୍ରଙ୍କ ପତ୍ନୀ ଯେଉଁ ଏତଲା ଦେଇଛନ୍ତି ସେ ସମ୍ପର୍କରେ ମଧ୍ୟ ପୋଲିସ ବାବୁସାନଙ୍କୁ ପଚରା ଉଚରା କରିବାର ବିଶେଷ ସମ୍ଭାବନା ରହିଛି । କିନ୍ତୁ ପ୍ରକୃତି ମିଶ୍ରଙ୍କ ମାଆ ଦାଖଲ କରିଥିବା ମାମଲାରେ ତୃପ୍ତି ଶତପଥୀଙ୍କ ବିରୋଧରେ ବିଶେଷ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମତ ଦେଇଛନ୍ତି ଆଇନଜୀବୀ । ତେବେ ବାବୁସାନଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଆଇନଜୀବୀ ପ୍ରତିକ୍ରିୟା ଦେଇଛନ୍ତି ।