ଓଡିଶା

odisha

ETV Bharat / city

ସଞ୍ଚୟ ପାଣ୍ଠି କେବେ ଫେରାଇବ କମିଶନରେଟ ପୋଲିସ ? - auto association protest

କଟକ ରେଳ ଷ୍ଟେସନ ପ୍ରିପେଡ ଅଟୋ ସଂଘର ବିକ୍ଷୋଭ । 2011 ମସିହାରେ ଯେବେ ଏହି ସଂଘ ଆରମ୍ଭ ହୋଇଥିଲା, ସେହି ସମୟରୁ ହିଁ ଭଡା ପିଛା 2 ଟଙ୍କା ଲେଖାଏ ହେଉଥିଲା ସଞ୍ଚୟ । ଯାହାକୁ କାଟି ରଖୁଥିଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

auto association protest due to Savings Fund returned in ctc
ସଞ୍ଚୟ ପାଣ୍ଠି କେବେ ଫେରାଇବ କମିଶନରେଟ ପୋଲିସ

By

Published : Sep 18, 2020, 10:43 PM IST

କଟକ: କଟକ ରେଳ ଷ୍ଟେସନ ପ୍ରିପେଡ ଅଟୋ ସଂଘର ବିକ୍ଷୋଭ । ମିଳୁନି ସଞ୍ଚୟ ପାଣ୍ଠି । 2011 ମସିହାରେ ଯେବେ ଏହି ସଂଘ ଆରମ୍ଭ ହୋଇଥିଲା, ସେହି ସମୟରୁ ହିଁ ଭଡା ପିଛା 2 ଟଙ୍କା ଲେଖାଏ ହେଉଥିଲା ସଞ୍ଚୟ । ଯାହାକୁ କାଟି ରଖୁଥିଲା କମିଶନରେଟ ପୋଲିସ । ଏହାର ଲକ୍ଷ୍ୟ ଥିଲା କି ସେହି ଟଙ୍କାର ଅଟୋ ଚାଳକଙ୍କ ମଙ୍ଗଳ ସାଧନ ହୋଇପାରିବ ।

ସଞ୍ଚୟ ପାଣ୍ଠି କେବେ ଫେରାଇବ କମିଶନରେଟ ପୋଲିସ

ଅଟୋ ସଂଘର କହିବା ମୁତାବକ, ଲକ୍ଷାଧିକ ଟଙ୍କା ପଡିରହିଛି କମିଶନରେଟ ପୋଲିସ ପାଖରେ । ତେବେ ଅଭିଯୋଗ ହେଉଛି ଯେ, ଯେବେଠୁ ଲକଡାଉନ ଆରମ୍ଭ ହୋଇଛି, ସେବେଠୁ ପ୍ରିପେଡ ଅଟୋ ଚାଳକଙ୍କ ସ୍ଥିତି ଜରାଜିର୍ଣ୍ଣ ହୋଇଛି । ନିଜର ପରିବାର ପୋଷଣ ସହ ଗାଡି କିସ୍ତି ଦେବା ପାଇଁ ମଧ୍ୟ ଅସମର୍ଥ । ତେବେ ପଡି ରହିଥିବା ଅର୍ଥ କେବେ କମିଶନରେଟ ପୋଲିସ ଫେରାଇବ ତାକୁ ନେଇ ପ୍ରଶ୍ନ କରିଛି ସଙ୍ଘ ।

ତେବେ ଆସନ୍ତା 23 ତାରିଖରେ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଧରଣା ଦିଆଯିବା ନେଇ ସୂଚନା ଦେଇଛି ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details