ଓଡିଶା

odisha

ETV Bharat / city

ବହୁପ୍ରତିକ୍ଷିତ ଫିଲ୍ମ ‘ଛବିରାଣୀ’ର ଅଡିଓ ରିଲିଜ - ଅଡିଓ ରିଲିଜ

ଇତିହାସର ସେହି ଲୋମହର୍ଷଣକାରୀ ଅଧ୍ୟାୟକୁ ପୁନଃ ଦେଖିବାକୁ ମିଳିବ ଚଳଚ୍ଚିତ୍ର ମାଧ୍ୟମରେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ‘ଛବିରାଣୀ’ଙ୍କ କାହାଣୀକୁ ଦର୍ଶକ ଖୁବ ଶୀଘ୍ର ଦେଖିବାକୁ ପାଇବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 31, 2019, 11:39 AM IST

କଟକ: ବହୁ ପ୍ରତିକ୍ଷିତ ‘ଛବିରାଣୀ’ ଫିଲ୍ମର ଅଡିଓ ରିଲିଜ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ୍, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଉପସ୍ଥିତିରେ ଫିଲ୍ମର ସମସ୍ତ ଗୀତକୁ ରିଲିଜ କରାଯାଇଛି । ସମୁଦାୟ 6ଟି ଗୀତ ଏହି ଫିଲ୍ମରେ ଖୁବ ସୁନ୍ଦର ଭାବେ ସଜାଇଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦ । ଯାହା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁବା ନେଇ ଆଶା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ଯଦି ଫିଲ୍ମ କଥା କୁହାଯାଏ ତେବେ ସମ୍ପୂର୍ଣ୍ଣ ଫିଲ୍ମରେ ଛବିରାଣୀଙ୍କର ସେହି ଲୋମହର୍ଷଣକାରୀ ଘଟଣାକୁ ଚିତ୍ରଣ କରାଯାଇଛି । ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗଣବଳାତ୍କାରର ଶିକାର ହୋଇଥିଲେ ଛବିରାଣୀ । ଯାହା ଓଡିଶାର ଇତିହାସକୁ ଦୋହଲାଇ ଦେଇଥିଲା । ଛବିରାଣୀଙ୍କ ବିଷୟରେ ବହୁତ କମ ଲୋକ ଅବଗତ ଥିବେ । ତାଙ୍କ ତ୍ୟାଗ ବିଷୟରେ ସମସ୍ତେ ଜାଣିବା ନିହାତି ଜରୁରୀ । ତେବେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମିହିର ଦାସ, ସିର୍ଦ୍ଧାନ୍ତ ମହାନ୍ତି, ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details