ଓଡିଶା

odisha

ETV Bharat / city

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ - କଟକ

ଡିସେମ୍ବର 22ରେ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ତେବେ ଏନେଇ ଷ୍ଟାଡିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ
ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ

By

Published : Dec 15, 2019, 11:33 AM IST

କଟକ: ଡିସେମ୍ବର 22ରେ ମହା ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ତେବେ ଏନେଇ ଷ୍ଟାଡିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ବାରବାଟୀ ଇତିହାସରେ ପ୍ରଥମ କରି ଦେଖାଦେଇଛି ଯେ, ଫ୍ୟାନ୍ସଙ୍କ ପାଇଁ ମ୍ୟାଟ ବ୍ୟବସ୍ଥା କରିଛି ଓସିଏ ।

କାରଣ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ ନୂଆ ନୂଆ କାମ ହୋଇଥିବାରୁ ସେଥିରେ ରଙ୍ଗ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଓସିଏ ନେଇଛି ଏପରି ନିଷ୍ପତ୍ତି ।

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ

ସମସ୍ତ ଗ୍ୟାଲେରୀରେ ମ୍ୟାଟ ବିଛାଉଛି ଓସିଏ । ଯାହାଦ୍ବାରା ଦର୍ଶକ ବି ଖୁସ ଓସିଏ ବି ଖୁସ ।

କାରଣ ପୂର୍ବରୁ ମ୍ୟାଚ ସମୟରେ ଦର୍ଶକମାନେ ବିଭିନ୍ନ ଜିନିଷ ଖାଇ ସିଟ ଉପରେ ପକାଉଥିଲେ ଯାହାଦ୍ବାରା ଅଳିଆ ଆବର୍ଜନା ହୋଇ ଯାଉଥିଲା । କିନ୍ତୁ ଏହି ମ୍ୟାଟ ବ୍ୟବସ୍ଥା ହେବା ପରେ ସବୁ ଦର୍ଶକ ଯେତେ ମଜାମସ୍ତି କଲେ ସୁଦ୍ଧା ଗ୍ୟାଲେରୀରେ କୌଣସି ଫରକ ପଡିବନି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ତେବେ ଆଉ 2 ଦିନ ମଧ୍ୟରେ ସମସ୍ତ ଗ୍ୟାଲେରୀରେ ମ୍ୟାଟ ପଡିଯିବ ବୋଲି କହିଛନ୍ତି ସୂଚନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details