କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ (AT) ଠକେଇ ମାମଲା (AT Chit Fund Scam) ରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ (Pradeep Sethi ) ଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମିଳିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ଦେଇଛନ୍ତି ଓଡିଶା ହାଇକୋର୍ଟ । ଘଟଣା ଅନୁସାରେ 2013-14 ମସିହାରେ ରାଜ୍ୟରେ ପ୍ରଥମେ ଅର୍ଥତତ୍ତ୍ବ ଚିଟ ଫଣ୍ଡ ଠକେଇ ସାମନାକୁ ଆସିଥିଲା । ସାରା ରାଜ୍ୟରେ ଅଭିଯୋଗ ହେବା ପରେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ସେତେବେଳେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଏହି ଠକେଇ ମହାଘୋଟାଲାର ତଦନ୍ତ କରି ସିବିଆଇ AT Group ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରିଥିଲା । ସ୍ବତନ୍ତ୍ର ସିବିଆଇ କୋର୍ଟ ମାମଲାର ଶୁଣାଣି କରି ପ୍ରଦୀପ ସେଠୀକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେହି ଦିନ ଠାରୁ ପ୍ରଦୀପ ଜେଲରେ ଥିଲେ ।