କଟକ: ଏସସିବି ମେଡିକାଲ ଉନ୍ନତିକରଣ ପାଇଁ ଚାଲିଥିବା ଯୋଜନାରେ ଆସିଛି ସାଇଡ ଇଫେକ୍ଟ । ଉଚ୍ଛେଦ ପରେ ନଦୀ ପଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ନେଇ ଏବେ ପ୍ରଶ୍ନ ଉଠାଇଛି ରାଜ୍ୟ ରୋଇଂ ସଂଘ । କାରଣ ଆସନ୍ତା ବର୍ଷ ଜଗତପୁରରେ ହେବାକୁ ଥିବା ଏସିଆନ ରୋଇଂ ଚମ୍ପିଆନସିପ୍ ଏଥିଲାଗି ନହେବାର ସଂଶୟ ଦେଖାଦେଇଛି ।
ଜଗତପୁର ନଦୀ କୂଳରେ ରହିଛି ସାଇ ଜଳକ୍ରୀଡା କେନ୍ଦ୍ର । ଏଠାରୁ ତିଆରି ହୋଇଛନ୍ତି ରାଜ୍ୟ ଓ ଦେଶର ଅନେକ ପ୍ରତିଭା । ଯେଉଁଥିପାଇଁ ଏଠାରେ ହିଁ ଏସିଆନ ରୋଇଂ ଚମ୍ପିଆନସିପ୍ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ରୋଇଂ ଚମ୍ପିଆନସିପ୍ ହେବ କି ନାହିଁ ତାହା ଏବେ ସନ୍ଦେହ ଘେରରେ ।
କାରଣ କେନ୍ଦ୍ରକୁ ଲାଗି ଏସସିବି ଉନ୍ନତିକରଣ ପାଇଁ ଉଠାଯାଇଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇଛି । ଫଳରେ ସଙ୍କଟରେ ପଡିଛି ସାଇ ଜଳକ୍ରୀଡା କେନ୍ଦ୍ର ଓ ଆସନ୍ତା ବର୍ଷ ହେବାକୁ ଥିବା ଏସିଆନ ରୋଇଂ ଚମ୍ପିଆନସିପ୍ । ଯାହା ରାଜ୍ୟ ରୋଇଂ ସଙ୍ଘର କର୍ମକର୍ତାଙ୍କୁ ନିରାଶ କରିଛି ।