କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ। କୋଣାର୍କ ଓ ନାଟ୍ୟ ମଣ୍ଡପ ମରାମତି ମାମଲାରେ ଗତକାଲି ହାଇକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । କୋଣାର୍କ ଓ ନାଟ୍ୟମଣ୍ଡପର କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କୋର୍ଟ।
ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ - ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ
କୋଣାର୍କ ଓ ନାଟ୍ୟ ମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ।
ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ
ଆମିକସକ୍ୟୁରୀଙ୍କ ରିପୋର୍ଟ ଅନୁଯାୟୀ, କାମ ହେଉନଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ଏପରିକି ଆମିକସକ୍ୟୁରୀଙ୍କୁ ଏଏସଆଇଙ୍କ ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ବିରକ୍ତି ହୋଇଥିଲେ। ଆସନ୍ତା 23ରେ ପରବର୍ତ୍ତୀ ଶୁଣାଣି ହେବା ସହ ଏଏସଆଇ ଡିଜି ଓ ଯୁଗ୍ମ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ