କଟକ:ସବୁଜ ବାଣ କହି ବିକ୍ରି ହେଉଥିଲା ବେଆଇନ ବାଣ । କମିଶନରେଟ ପୋଲିସ ପକାଇଲା ରେଡ଼ । ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ସୂଚନା ଅନୁସାରେ, କଟକ ଖାନନଗର ଅଞ୍ଚଳରେ ରହୁଥିବା ସଂଗ୍ରାମ ବେହେରାଙ୍କ ଘରେ ବେଆଇନ ବାଣ ଗଚ୍ଛିତ ଥିବା ପୋଲିସକୁ ମିଳିଥିଲା ସୁରାକ ।
କଟକରୁ ପୁଣି ବେଆଇନ ବାଣ ଜବତ, ଯୁବକ ଅଟକ
ସବୁଜ ବାଣ କହି ବିକ୍ରି ହେଉଥିଲା ବେଆଇନ ବାଣ । କମିଶନରେଟ ପୋଲିସ ପକାଇଲା ରେଡ଼ । ୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ । ଅଧିକ ପଢନ୍ତୁ...
ଗ୍ରୀନ ବାଣ କହି ବିକ୍ରି ହେଉଥିଲା ବେଆଇନ ବାଣ ,ପୋଲିସ କଲା ରେଡ଼
ପରେ ତାଙ୍କ ଘରେ ରେଡ ମାରିଥିଲା ପୋଲିସ । ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ ହୋଇଛି । ବିନା ଲାଇସେନ୍ସରେ ଓ ମିଛ ଗ୍ରୀନ ବାଣ କହି ବ୍ୟବସାୟ କରୁଥିଲେ ଯୁବକ ଜଣକ । ବ୍ୟବସାୟ କରୁଥିବା ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Nov 4, 2021, 8:14 PM IST