ଓଡିଶା

odisha

ETV Bharat / city

ଖୁବଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ - ଆପାର୍ଟମେଣ୍ଟ ଓନରସିପ ଆକ୍ଟ

ରାଜ୍ୟରେ ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ ପ୍ରଣୟନ ହେବ । ଆପାର୍ଟମେଣ୍ଟ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଉପସ୍ଥାପନ କରାଯାଇଛି । ଅଧିକ ପଢ଼ନ୍ତୁ

high court hearing on apartment ownership act
ଖୁବଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ

By

Published : Sep 28, 2022, 12:59 PM IST

କଟକ: ରାଜ୍ୟ ସରକାର ଖୁବ ଶୀଘ୍ର ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ ପ୍ରଣୟନ କରିବେ । ଆପାର୍ଟମେଣ୍ଟରେ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଉପସ୍ଥାପନ କରାଯାଇଛି। ତେବେ ମୁଖ୍ୟ ପଞ୍ଜୀକରଣ ଅଧିକାରୀ (IGR) ଏହି ଫର୍ମାଟର ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି ।

ଖୁବଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ

ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ସତ୍ତ୍ୱେ ଏକ ନିର୍ଦିଷ୍ଟ ଫ୍ଲାଟ ଓନର ଆସୋସିଏସନକୁ ପଞ୍ଜୀକରଣ କରିଥିବାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । କେନ୍ଦ୍ର ସରକାରଙ୍କ ନୂଆ ରେରା ଆଇନ ପ୍ରଣୟନ ପରେ ରାଜ୍ୟ ସରକାର ସେହି ଢାଞ୍ଚାରେ ଆଇନ ଆଣିବାକୁ 3 ମାସ ସମୟ ନେଇଥିଲେ ।

ରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜୀକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜୀକରଣ ଅଧିକାରୀ (IGR) ସମସ୍ତ ପଞ୍ଜୀକରଣ ବନ୍ଦ କରିଛନ୍ତି । ଏନେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, " ଆସନ୍ତା ବିଧାନସଭା ଅଧିବେଶନରେ ନୂଆ "ଆପାର୍ଟମେଣ୍ଟ ଓନରସିପ ଆକ୍ଟ" ଆସିବାର ଆଶଙ୍କା ରହିଛି । ଆସନ୍ତା ନଭେମ୍ବର 24 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।"

୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା । ଏହାପରେ ୨୦୧୬ରେ ରିଅଲ୍ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସମ୍ପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ । ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ:ଆମିଷ ଖାଦ୍ୟ ବିଜ୍ଞାପନକୁ ବନ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ, କୋର୍ଟ କହିଲେ ଟିଭି ଦେଖନି

ଏ ସମ୍ପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପାର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆପାର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ୍ ଏରିଆ) ମାଲିକଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜୀକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି। ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଦାବି ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details