ଓଡିଶା

odisha

ETV Bharat / city

ବର୍ଷା-ଅନୁଭବ ବିବାଦ: ଇଡିର ଦ୍ବାରସ୍ଥ ହେଲେ ଅନୁଭବ - ବର୍ଷା ଅନୁଭବ ବିବାଦ

ବହୁ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ବର୍ଷକୁ ନେଇ ଭିଡିଓ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ । ଅଧିକ ପଢନ୍ତୁ

ବର୍ଷା-ଅନୁଭବ ବିବାଦ: ଇଡିର ଦ୍ବାରସ୍ଥ ହେଲେ ଅନୁଭବ
ବର୍ଷା-ଅନୁଭବ ବିବାଦ: ଇଡିର ଦ୍ବାରସ୍ଥ ହେଲେ ଅନୁଭବ

By

Published : Jun 16, 2022, 10:15 AM IST

Updated : Jun 16, 2022, 4:48 PM IST

କଟକ: ବହୁ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ବର୍ଷକୁ ନେଇ ଭିଡିଓ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ED) ଦ୍ବାରସ୍ଥ ହୋଇଛନ୍ତି ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ବର୍ଷା ଏକାଧିକ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ନେଇ ଅଭିଯୋଗ ଆଣିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏଥିସହ କଳାଟଙ୍କା ରଖିଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ବର୍ଷା ଏକାଧିକ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅଭିଯୋଗ
ଅନୁଭବଙ୍କ ଅଭିଯୋଗ

ଅନୁଭବ ମହାନ୍ତି ଦର୍ଶାଇଛନ୍ତି ଯେ, ଅଭିନେତ୍ରୀ ବର୍ଷା ନିଜ ନାମକୁ ବର୍ଷା ପ୍ରିୟଦର୍ଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ, ବର୍ଷା ପ୍ରିୟଦର୍ଶିନୀ, ଭର୍ଷା ପ୍ରିୟଦର୍ଶିନୀ ଭଳି ଏକାଧିକ ନାଁ ଉଲ୍ଲେଖ କରିଛନ୍ତି । ଏହା ସହ ସାର୍ଟିଫିକେଟ, ଆଧାରକାର୍ଡ ଇତ୍ୟାଦିରେ ମଧ୍ୟ ନାମ ପରିବର୍ତ୍ତନ ନେଇ ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷା ନିଜ ଜୀବନକାଳ ମଧ୍ୟରେ ଆୟକର ଦାଖଲ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ।

ଅନୁଭବଙ୍କ ଅଭିଯୋଗ

ଇଟିଭି ଭାରତ, କଟକ

Last Updated : Jun 16, 2022, 4:48 PM IST

ABOUT THE AUTHOR

...view details