ଓଡିଶା

odisha

By

Published : Apr 4, 2021, 4:28 PM IST

ETV Bharat / city

ଏସସିବିରୁ ପୁଣି 3 ଦଲାଲ ଗିରଫ

ଏସସିବିରୁ ପୁଣି 3 ଦଲାଲ ଗିରଫ । ରୋଗୀଙ୍କୁ ବେସରକାରୀ ନର୍ସିଂହୋମକୁ ନେବାବେଳେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...

ଏସିବିରୁ ପୁଣି 3 ଦଲାଲ ଗିରଫ
ଏସିବିରୁ ପୁଣି 3 ଦଲାଲ ଗିରଫ

କଟକ: ଏସସିବିରୁ ପୁଣି 3 ଦଲାଲ ଗିରଫ । ରୋଗୀଙ୍କୁ ବେସରକାରୀ ନର୍ସିଂହୋମକୁ ନେବାବେଳେ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ଦଲାଲ ରାଜ ଉପରେ ପୋଲିସ ରୋକ ଲଗାଇବାକୁ ଉଦ୍ୟମ ଜାରି ରଖିଥିବାବେଳେ ରବିବାର ସମ୍ପୃକ୍ତ 3 ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ମୁକେଶ ନାୟକ, ପ୍ରୀତମ ନାୟକ ଓ ସରୋଜ କୁମାର ମହାପାତ୍ର ବୋଲି ପୋଲିସ ସ୍ପଷ୍ଟ କରିଛି ।

ଏସିବିରୁ ପୁଣି 3 ଦଲାଲ ଗିରଫ
ସୂଚନାଯୋଗ୍ୟ, ଗଜପତି ଜିଲ୍ଲାର ଜଗନ ସାହୁ ନାମକ ଜଣେ ବ୍ୟକ୍ତି ଏସିବି ମେଡିକାଲ ଆସିଥିବାବେଳେ ଏହି 3 ଦଲାଲଙ୍କ ହାବୁଡ଼ରେ ପଡ଼ିଥିଲେ । ଏହାପରେ ସେମାନେ ରୋଗୀ ଓ ସମ୍ପର୍କୀୟମାନଙ୍କୁ ଏକ ଘରୋଇ ନର୍ସିଂହୋମକୁ ନେବାକୁ ଚେଷ୍ଟା କରିଥିଲେ । ଏନେଇ ପୋଲସ ଖବର ପାଇ ଘଟଣାସ୍ଥଳରୁ 3 ଜଣଙ୍କୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଜୋନ 2 ଏସିପି ସୂଚନା ଦେଇଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details