ଓଡିଶା

odisha

ETV Bharat / city

ନାବାଳିକା ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାଖଲ - ନୟାଗଡ ନାବାଳିକା ହତ୍ୟାକାଣ୍ଡ

ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ମାମଲାର ଶୁଣାଣି ଥିବାବେଳେ ଭାରତୀୟ ବିକାଶ ପରିଷଦ ତରଫରୁ ଜନସ୍ବାର୍ଥ ମାମଲାରେ ଆଜି(ବୁଧବାର) ଆଉ ଏକ ମିସ୍ କେସ୍ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

ନାବାଳିକା ହତ୍ୟା ମାମଲା
ନାବାଳିକା ହତ୍ୟା ମାମଲା

By

Published : Dec 23, 2020, 6:01 PM IST

କଟକ: ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ମାମଲାର ଶୁଣାଣି ଥିବାବେଳେ ଭାରତୀୟ ବିକାଶ ପରିଷଦ ତରଫରୁ ଜନସ୍ବାର୍ଥ ମାମଲାରେ ଆଜି(ବୁଧବାର) ଆଉ ଏକ ମିସ୍ କେସ୍ ଦାଖଲ କରାଯାଇଛି । ତୁରନ୍ତ ଏହି ମାମଲାକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହ ମୃତ ନାବାଳିକାର ମା'ଙ୍କ ଅଭିଯୋଗ ଅନୁଯାୟୀ ବାବୁଲି ନାୟକଙ୍କ ପଲିଗ୍ରାଫ ପରୀକ୍ଷା କରାଯାଉ ବୋଲି ଆବେଦନ ହୋଇଛି ।

ଜାତୀୟ ଶିଶୁ ସୁରକ୍ଷା କମିଶନ ଅଧିକାର ମଧ୍ୟ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ପାଇଁ ସୁପାରିସ କରିଛନ୍ତି । ଗୃହମନ୍ତ୍ରୀ ନଭେମ୍ବର 25 ତାରିଖରେ ବିଧାନସଭାରେ ପ୍ରକାଶ କରିଥିଲେ ଯେ ମେଡିକାଲ ତଥ୍ୟ ପ୍ରକାରେ ଦୁଷ୍କର୍ମ କରାଯାଇଥିବା ଯାଞ୍ଚ ରିପୋର୍ଟରେ ଆସିନାହିଁ । ବର୍ତ୍ତମାନ ଏସଆଇଟି ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ହତ୍ୟା ପରେ ଦୁଷ୍କର୍ମ କରାଯାଇଛି । ଏହା ଏସଆଇଟି ତଦନ୍ତରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ମୃତ ଶିଶୁର ଅନ୍ୟ ଅଙ୍ଗ ଅଂଶ କୁଆଡେ ଗଲା ବୋଲି ପ୍ରଶ୍ନ ଉଠୁଛି । ଘଟଣାର 5 ମାସ ପରେ କେଉଁ ଆଧାରରେ ଏକ ନାବାଳକକୁ ଏହି ଘଟଣାରେ ଗିରଫ କରାଯାଇଥିବା ଓଡିଶାର ଜନସାଧାରଣଙ୍କୁ ସନ୍ଦେହ କରିବା ସହିତ ମୃତ ନାବାଳିକାର ମା' ମଧ୍ୟ ଏହାକୁ ଗ୍ରହଣ କରି ପାରୁନାହାଁନ୍ତି । ତେଣୁ ଜଣେ ନିରୀହ ନାବାଳକକୁ ବେନିୟମ ଭାବେ ଗିରଫ କରାଯାଇଥିବା ଅଦାଲତଙ୍କୁ ଦର୍ଶାଯାଇଛି ।

ଭାରତୀୟ ବିକାଶ ପରିଷଦ ତରଫରୁ ଉଚ୍ଚନ୍ୟାୟାଳୟଙ୍କଠାରେ ଏକ ମିସ୍ କେସ ରୁଜୁ କରାଯାଇଛି । ଏହାସହ ଡାକ୍ତରୀ ଟିମ ଓ ଏସଆଇଟି ମୁଖ୍ୟଙ୍କ ପଲିଗ୍ରାଫ ପରୀକ୍ଷା ଉଚ୍ଚନ୍ୟାୟାଳୟ ବିଚାରପତିଙ୍କ ଉପସ୍ଥିତିରେ କରାଯିବା ପାଇଁ ଅନୁରୋଧ କରାଯିବା ସହ ଏସଆଇଟିର ଗଠନକୁ ଆଇନ ସମ୍ମତ କି ନୁହେଁ ବୋଲି ପ୍ରଶ୍ନ ଉଠାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details