କଟକ:ବିଭିନ୍ନ ଦାବିନେଇ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏଏନଏମ କର୍ମୀ । କୋରୋନା ସମୟରେ କର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବାପରେ ବର୍ତ୍ତମାନ କାର୍ଯ୍ୟରୁ ଅବ୍ୟାହତ କରିଥିବାରୁ ଏହାକୁ ବିରୋଧ କରିଛନ୍ତି ଶତାଧିକ କର୍ମୀ । ସେହିପରି କର୍ମୀମାନଙ୍କୁ ତାଙ୍କ ଉଚିତ୍ ପ୍ରାପ୍ୟ ମିଳିନଥିବା ମଧ୍ୟ ଅଭିଯୋଗ କରିଛନ୍ତି ସେମାନେ ।
ତେବେ କରୋନା ଯୋଦ୍ଧା ସାଜିଥିବା ଏହି ଏଏନଏମ କର୍ମୀଙ୍କୁ ଦରମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ସେମାନଙ୍କ ନାଁରେ ପୋଷାକ ସଫେଇ, ପୋଷାକ, ଫୋନ ଖର୍ଚ୍ଚ ଆଦି କେନ୍ଦ୍ରରୁ ଆସିଥିଲା । ସମସ୍ତ ଏଏନଏମ କର୍ମୀମାନେ ତାହାକୁ ପାଇବା ପାଇଁ ୟୁସି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କର୍ମୀମାନଙ୍କୁ ତାହା ପ୍ରଦାନ କରାଯାଇନହାଇଁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁ ହଡପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଏଏନଏମ କର୍ମୀ ।