କଟକ: 1999ର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମାମଲାର 22 ବର୍ଷ ପରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଏହା ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ଟୁନିଆ ଓ ପଦିଆ ଗିରଫ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆଜି ଏହି ବହୁ ଚର୍ଚ୍ଚିତ ଘଟଣାକୁ ନେଇ ପ୍ରେସମିଟ୍ କରି ସିପି ସୁଧାଂଶୁ ଷଢଙ୍ଗୀ କହିଛନ୍ତି।
ଘଟଣାର 22 ବର୍ଷ ପରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଯେଉଁଠି ସିବିଆଇ ଫେଲ ମାରିଥିଲା ଆମ ଅଫିସର ଦକ୍ଷତାର ସହ କାମ କରି ପାତାଳରୁ ମୁଖ୍ୟ ଅଭିଯୁକ୍ତକୁ ବାହାର କରିବାରେ ସଫଳ ହୋଇଛି।
ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ରକୁ ଫେରାର ମାରି ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା।