କଟକ : 14 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ । ଦୀର୍ଘ ବର୍ଷ ଧରି ଠିକା କାମ କରି କରି ନିଜର ପରିବାର ପୋଷଣ ଦିଗରେ ଅସମର୍ଥ ହେବାରୁ ଆଜି ଆନ୍ଦୋଳନ ପନ୍ଥା ହାତକୁ ନେଇଛନ୍ତି ଅଲ୍-ଓଡ଼ିଶା ମହିଳା ଅଙ୍ଗନବାଡ଼ି କର୍ମଚାରୀ ସଂଘ । ରାଜ୍ୟ ସରକାର ସବୁ ଦିଗକୁ ସ୍ବଛଳ କରୁଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏପରି ଆଚରଣ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ କର୍ମଚାରୀ ।
ସ୍ଥାୟୀ ନିଯୁକ୍ତି ଦାବି ନେଇ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ - ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ
ଆମ ଦାବି ମାନି ନିଅ ସରକାର । ସ୍ଥାୟୀ ନିଯୁକ୍ତି, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ମାସିକ 21 ହଜାର ଲେଖାଏଁ ପାରିଶ୍ରମିକ ଦରମା ଆମକୁ ଦିଆଯାଉ । ଅଧିକ ପଢ଼ନ୍ତୁ
ସ୍ଥାୟୀ ନିଯୁକ୍ତି ପ୍ରମୁଖ ଦାବି ନେଇ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ
ସ୍ଥାୟୀ ନିଯୁକ୍ତି ଦାବି ନେଇ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ
ସ୍ଥାୟୀ ନିଯୁକ୍ତି, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ମାସିକ 21 ହଜାର ଲେଖାଏଁ ପାରିଶ୍ରମିକ, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ 5 ଲକ୍ଷ ଟଙ୍କା ଓ ପରିବାରରୁ ଜଣେ ଅଙ୍ଗନବାଡ଼ିରେ ନିଯୁକ୍ତି ପ୍ରଦାନ ଏହାସହ ବାର୍ଷିକ ବେତନ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ମହିଳା ଅଙ୍ଗନବାଡ଼ି କର୍ମୀ । ତେବେ ଏହି ଦାବି ସମୂହ ଯଦି ପୂରଣ ନହୁଏ, ରାଜ୍ୟ ବ୍ୟାପୀ ଏକ ବଡ଼ ଜନ ଆନ୍ଦୋଳନ ଡାକରା ହେବ । ଏହାସହ ପାର୍ଲିଆମେଣ୍ଟ ସାମ୍ନାରେ ସଙ୍ଘ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Apr 7, 2022, 5:45 PM IST