ଓଡିଶା

odisha

ETV Bharat / city

ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ମୃତ୍ୟୁ ଘଟଣା; କ୍ଷତି ପୂରଣ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ - ଅନୁଗୋଳ ଶିଶୁ ମୁତ୍ୟୁ ଘଟଣା

ଅନୁଗୋଳ ଜିଲ୍ଲା ବଅଁରପାଳ ଅଙ୍ଗନୱାଡି କେନ୍ଦ୍ରରେ ଗାତରେ ପଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଉଭୟ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ ...

high court
high court

By

Published : Oct 2, 2021, 7:25 AM IST

କଟକ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଙ୍ଗନୱାଡି କେନ୍ଦ୍ରରେ ନିଅଁ(ଗାତ)ରେ ପଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଉଭୟ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।୪ ସପ୍ତାହ ମଧ୍ୟରେ ଏହି କ୍ଷତିପୂରଣ ଦେବାକୁ ଅନୁଗୋଳ ଜିଲ୍ଳାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ଅନୁସାରେ ଗତ ୨୦୧୨ ମସିହାରେ ଅନୁଗୁଳ ଜିଲ୍ଲା ବଅଁରପାଳରେ ଏକ ଅଙ୍ଗନୱାଡି କେନ୍ଦ୍ରର କୋଠଘର ନିର୍ମାଣ ପାଇଁ ନିଅଁ(ଗାତ) ଖୋଲା ଯାଇଥିଲା । ଏହି ସମୟ ମଧ୍ୟରେ ଦୁଇ କୋମଳମତି ଛାତ୍ରୀ (୪ ବର୍ଷ) ଉକ୍ତ ଖାଲ ଭିତରେ ପଡି ମୃତ୍ୟୁ ବରଣ କରିଥିଲେ । ଉକ୍ତ ନିଅଁରେ ପାଣି ଥିବାରୁ ଦୁଇଛାତ୍ରୀ ସେଥିରେ ବୁଡି ପ୍ରାଣ ହରାଇଥିଲେ । ଏହାକୁ ନେଇ ଦୁଇ ଛାତ୍ରୀଙ୍କ ଅଭିଭାବକ ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

ହାଇକୋର୍ଟ ଏହାର ଶୁଣାଣି କରି ଉଭୟ ପରିବାର କୁ ୧୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏଭଳି ଘଟଣା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଗାଇଡ ଲାଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details