କଟକ: ସାରା ଦେଶରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ରାଜ୍ୟରେ ମଧ୍ୟ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏପରିସ୍ଥିତିରେ ଆଗକୁ ଆସୁଥିବା ଗଣେଶ ଚତୁର୍ଥୀ ପାଳନ ହେବ କି ନାହିଁ ଏନେଇ ସସପେନ୍ସ ଲାଗି ରହିଛି । ତେବେ ଗଣେଶ ପୂଜା କରାଇବାକୁ ହାଇକୋର୍ଟରେ ରୁଜୁ କରାଯାଇଛି ଜନସ୍ବାର୍ଥ ମାମଲା ।
ବୁଢା ଗଣେଶ ସଭାପତି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । କୋଭିଡ ଆଇନ ଅନୁଯାୟୀ ମଣ୍ଡପମାନଙ୍କରେ ପୂଜା କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ବିଶେଷକରି ପ୍ରତି ମଣ୍ଡପରେ ୧୦ରୁ ୨୦ ଜଣ ଲୋକ ସାମାଜିକ ଦୂରତା ବଜାୟ ରଖି ପୂଜା କରିବା ପାଇଁ ଅନୁମତି ଦେବାକୁ ଏହି ଆବେଦନରେ କୁହାଯାଇଛି ।