ଓଡିଶା

odisha

By

Published : Jul 11, 2021, 5:59 PM IST

ETV Bharat / city

ହାତୀ ରୂପରେ ଲୁଚିଥିଲା ଯମ, ନେଇଗଲା ବୃଦ୍ଧା ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । କଟକ ଜିଲ୍ଲା ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ମଇଁଷାଲଣ୍ଡା ପଞ୍ଚାୟତର ଘଟଣା । ଅଧିକ ପଢନ୍ତୁ...

ହାତୀ ରୂପରେ ଲୁଚିଥିଲା ଯମ, ନେଇଗଲା ବୃଦ୍ଧା ଜୀବନ
ହାତୀ ରୂପରେ ଲୁଚିଥିଲା ଯମ, ନେଇଗଲା ବୃଦ୍ଧା ଜୀବନ

କଟକ:ଘର କଡରେ ଲୁଚି ରହିଥିଲା ନରହନ୍ତା ହାତୀ । ବୃଦ୍ଧା ଘର ବାହାରକୁ ଯାଉଥିବା ସମୟରେ ହାତୀ କଲା ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ । କଟକ ଜିଲ୍ଲା ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ମଇଁଷାଲଣ୍ଡା ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମୃତା ହେଉଛନ୍ତି ସରୋଜିନୀ ଜେନା ।

ହାତୀ ରୂପରେ ଲୁଚିଥିଲା ଯମ, ନେଇଗଲା ବୃଦ୍ଧା ଜୀବନ

ସୂଚନାଯୋଗ୍ୟ, ବୃଦ୍ଧା ଜଣକ ରବିବାର ବଡି ଭୋରରୁ ଉଠି ଘର ବାହାରକୁ ଆସିଥିଲେ । ଏହି ସମୟରେ ଘର ପାର୍ଶ୍ବରେ ପୂର୍ବରୁ ଲୁଚି ରହିଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବୃଦ୍ଧାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସେପଟେ ବାରମ୍ବାର ହାତୀ ଗାଁ ମୁହାଁ ହେଉଥିବାବେଳେ ବନ ବିଭାଗର ଏଥିପ୍ରତି ନିଘା ନାହିଁ । ଫଳରେ ଅନେକ ଲୋକଙ୍କ ଅମୂଲ୍ୟ ଜୀବନ ଚାଲିଯିବା ସହ ବହୁ ଗୁରୁତର ଆହତ ହେଉଛନ୍ତି । ମଇଁଷାଲଣ୍ଡା ପଞ୍ଚାୟତରୁ ମଙ୍ଗରାଜପୁର ବନ ବିଭାଗ କାର୍ଯ୍ୟାଳୟ ମାତ୍ର 4 କିଲୋମିଟର ଦୂରତା ଥିବାବେଳେ ବନ ବିଭାଗ ଘଟଣାସ୍ଥଳରେ ଦେଢ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ମୃତ ବୃଦ୍ଧାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details