ଓଡିଶା

odisha

ETV Bharat / city

ହୋଟେଲରେ ବିକ୍ରି ହେଉଥିଲା ଖରାପ ଖାଦ୍ୟ, ସିଲ କଲା CMC ସ୍ଵାସ୍ଥ୍ୟ ବିଭାଗ - cuttack health department

ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅଭିଯୋଗ ପରେ ଏକ ହୋଟେଲ ଉପରେ ଚଢାଉ କରି ସିଲ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ। ଅଧିକ ପଢନ୍ତୁ...

ambar hotel seal by cmc health department
କଟକ ଅମ୍ବର ହୋଟେଲ ସିଲ କଲା ସିଏମସି ସ୍ଵାସ୍ଥ୍ୟ ବିଭାଗ

By

Published : Sep 8, 2021, 7:15 PM IST

କଟକ:ହୋଟେଲ ସିଲ କଲା ସିଏମସି ସ୍ଵାସ୍ଥ୍ୟ ବିଭାଗ । ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅଭିଯୋଗ ପରେ ଚଢାଉ କରି ସିଲ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ।

କଟକ ଅମ୍ବର ହୋଟେଲ ସିଲ କଲା ସିଏମସି ସ୍ଵାସ୍ଥ୍ୟ ବିଭାଗ

କଟକରେ ଥିବା ହୋଟେଲ ଅମ୍ବରରେ ଚଢାଉ କରିଛି ସିଏମସିର ସ୍ବତନ୍ତ୍ର ଟିମ। ବିଭି୍ନ୍ନ ସମୟରେ ଏହି ହୋଟେଲରେ ନିମ୍ନ ମାନର ଖାଦ୍ୟ ସହ ବାସି ଖାଦ୍ୟ ପରିବେଷଣ କରିଥିବା ନେଇ ଅଭିଯୋଗ ହୋଇଛି। ଟିମ ପାଖରେ ଧରାପଡିବା ପରେ ହୋଟେଲକୁ ସିଲ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ହୋଟେଲରେ ଚଢାଉବେଳେ ବିଭିନ୍ନ ଫାଷ୍ଟ ଫୁଡ ଆଇଟମ ସହିତ ଭାତ ଡାଲି ତରକାର ମାଂସ ଅନ୍ୟାନ୍ୟ ଆଇଟମ ନିମ୍ନ ମାନର ଥିବା ଜଣାପଡିଥିଲା । ଏହା ସହ 15000 ଫାଇନ ମଧ୍ୟ କାଟିଛି ସିଏମସି ।

ବିନା ଫୁଡ଼ ଲାଇସେନ୍ସରେ ଚାଲୁଥିଲା ହୋଟେଲ। ତେବେ ସମସ୍ତ ତଥ୍ୟକୁ ଆଧାର କରି ଆଜି ଏହି ହୋଟେଲକୁ ସିଧାସଳଖ ଚଢ଼ାଉ କରିଵା ପରେ ନିମ୍ନ ମାନର ଖାଦ୍ୟକୁ ନଷ୍ଟ କରିବା ସହ ହୋଟେଲକୁ ଚେତାବନୀ ଦେଇଛି ସିଏମସି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details