କଟକ: ସୋମବାର ଠାରୁ ଦିନ 2ଟା ପରେ ବନ୍ଦ ରହିବ କଟକର ସମସ୍ତ ଦୋକାନ ବଜାର । ସହରର ସମସ୍ତ ବ୍ୟବସାୟୀ ସଙ୍ଗଠନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଏଣିକି ଦିନ 2ଟା ପରେ ବନ୍ଦ ରହିବ କଟକର ସମସ୍ତ ଦୋକାନ ବଜାର - କଟକ ବନ୍ଦ ଖବର
ସୋମବାର ଠାରୁ ଦିନ 2ଟା ପରେ ବନ୍ଦ ରହିବ କଟକର ସମସ୍ତ ଦୋକାନ ବଜାର । ଅଧିକ ପଢନ୍ତୁ...
ଏଣିକି ଦିନ 2ଟା ପରେ ବନ୍ଦ ରହିବ କଟକର ସମସ୍ତ ଦୋକାନ ବଜାର
ସୂଚନା ଅନୁଯାୟୀ CMC ଅଧିକାରୀଙ୍କ ସହ ବୈଠକ କରି ନିଷ୍ପତ୍ତି ନେଇଛି ବ୍ୟବସାୟୀକ ସଙ୍ଗଠନ । ସହରର କୋଭିଡ ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତିକୁ ସ୍ୱାଗତ କରିଛି CMC । ଏହା ଦ୍ୱାରା ସହରରେ କୋଭିଡ ସଂକ୍ରମଣ ଉପରେ ଅଙ୍କୁଶ ଲାଗିବ ବୋଲି CMC କମିଶନର ଅନନ୍ୟା ଦାସ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ