ଓଡିଶା

odisha

ETV Bharat / city

ଫଟାଫଟ୍ ଫାଇଟ୍: T-20 ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ, ଖୁବଶୀଘ୍ର ଧାର୍ଯ୍ୟ ହେବ ଟିକଟ ଦର - ବାରବାଟୀ ଷ୍ଟାଡିୟମରେ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା

ଦର୍ଶକଙ୍କ କୋଳାହଳରେ ଉଠିବ ପଡ଼ିବ ଷ୍ଟାଡିୟମ । ଜମିବ ଚୌକା ଛକାର ଆସର । କାରଣ ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍‌ । ଜୁନ୍‌ ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ । ଅଧିକ ପଢ଼ନ୍ତୁ

ପାଖେଇ ଆସୁଛି ଟି-20 ମୁକାବିଲା, ପ୍ରସ୍ତୁତ ହେଉଛି ବାରବାଟୀ ଷ୍ଟାଡିୟମ
ପାଖେଇ ଆସୁଛି ଟି-20 ମୁକାବିଲା, ପ୍ରସ୍ତୁତ ହେଉଛି ବାରବାଟୀ ଷ୍ଟାଡିୟମ

By

Published : Apr 25, 2022, 6:32 PM IST

କଟକ: ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ ପାଇଁ ବର୍ତ୍ତମାନ ବାରବାଟୀର ଷ୍ଟାଡିୟମର ନବକଳେବର କରାଯାଉଛି । ବାରବାଟୀକୁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁମତି ଦେଇଥିବାରୁ ବିସିସିଆଇ ସଚିବ ଜୟ ଶାହ ଓ ସଭପତି ସୌରଭ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ପାଖେଇ ଆସୁଛି ଟି-20 ମୁକାବିଲା, ପ୍ରସ୍ତୁତ ହେଉଛି ବାରବାଟୀ ଷ୍ଟାଡିୟମ

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପାଇଁ ହାତରେ ଆଉ ଦୁଇ ମାସ ସମୟ ରହିଲା । ଏଥିପାଇଁ ବାରବାଟୀର ଆଉଟ ଫିଲ୍ଡକୁ ଉନ୍ନତମାନର କରାଯାଇଛି । ଗ୍ରାଉଣ୍ଡର ସ୍ୟାଣ୍ଡ ବେଷ୍ଟ କାର୍ଯ୍ୟ ଶେଷ ହୋଇଛି । ତାସହିତ ଫ୍ଲଡଲାଇଟର ଯେଉଁ ସମସ୍ୟା ରହିଥିଲା ସେଥିରେ ମଧ୍ୟ ସୁଧାର ଅଣାଯାଇଛି । 20 ବର୍ଷ ପୁରୁଣା ଫ୍ଲଡ୍‌ ଲାଇଟକୁ କଢ଼ାଯାଇ ତା ବଦଳରେ ଏଲିଡି ଲାଇଟ ଲଗାଯାଉଛି ।

ଖାଲି ସେତିକି ନୁହେଁ ବାରବାଟୀ ଦର୍ଶକ ଗ୍ୟାଲେରୀରେ ଥିବା ସମସ୍ୟାର ମଧ୍ୟ ସମାଧାନ କରାଯାଉଛି । ବାରବାଟୀର ୬ ଓ ୭ ନମ୍ବର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ସୁରକ୍ଷିତ ନଥିଲା । IIT ଖଡ଼କପୁରର ପ୍ରଫେସରଙ୍କ ସହ କିଛି ସଂସ୍ଥା ଏହି କାର୍ଯ୍ୟ ହାତକୁ ନେଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ କ୍ରିକେଟ ସମୀକ୍ଷକ ଓ କ୍ରିକେଟ ପ୍ରେମୀ ମଧ୍ୟ ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ଅଛନ୍ତି । ଜୁନ ୧୨ ତାରିଖ ସନ୍ଧ୍ୟା ୭ଟା ବେଳେ ମ୍ୟାଚ ଆରମ୍ଭ ହେବ । IPL ଯୋଗୁଁ ଏହି ମ୍ୟାଚ୍‌ ଭାରତୀୟ ଖେଳାଳିଙ୍କୁ ଅଧିକ ସୁହାଇବ ବୋଲି ଆକଳନ କରିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । ତାଙ୍କ ମତରେ ଟିମ୍‌ ଇଣ୍ଡିଆର ସନ୍ତୁଳନ ଏବେ ଠିକ୍‌ ଅଛି । ଏହାର ପ୍ରଭାବ ମ୍ୟାଚ୍‌ରେ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ।

କ୍ରିକେଟ ଫ୍ୟାନ ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିବ ବୋଲି ଆଶା ବାନ୍ଧି ବସିଛନ୍ତି । ୨୦୧୫ରେ ବାରବାଟୀ ଷ୍ଟାଡିୟମରେ ଏକ ଟି-୨୦ ମ୍ୟାଚ୍‌ରେ ଭାରତକୁ ଦକ୍ଷିଣ ଆଫ୍ରିକା ପରାଜିତ କରିଥିଲା । ଏହି ମ୍ୟାଚ୍‌ର ଫଳାଫଳକୁ ନେଇ ଗ୍ୟାଲେରୀରେ ଦର୍ଶକ ଉତ୍ତେଜିତ ହୋଇ ଗ୍ରାଉଣ୍ଡକୁ ବୋତଲ ଫୋପାଡ଼ିଥିଲେ । ତେବେ ଏଥର ସେହି ମ୍ୟାଚ୍‌ର ଭାରତ ପ୍ରତିଶୋଧ ନେବ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ ।

ଜୁନ୍‌ ମାସରେ ମ୍ୟାଚ୍‌ ଖେଳାଯିବ । ସେହି ସମୟର କୋଭିଡ ସ୍ଥିତିକୁ ନେଇ କେତେ ଦର୍ଶକଙ୍କୁ ଅନୁମତି ଦିଆଯିବ ତାହା ନିଷ୍ପତ୍ତି ହେବ । ସରକାରଙ୍କ ଯାହା ଗାଇଡଲାଇନ ରହିଥିବ ତାହାକୁ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଓସିଓ ପକ୍ଷରୁ କୁହାଯାଇଛି । ଆସନ୍ତା ମାସ ସୁଦ୍ଧା ଟି-୨୦ ମ୍ୟାଚ୍‌ ପାଇଁ ଟିକେଟ ଦର ଧାର୍ଯ୍ୟ କରିବ ଓସିଏ । ଏବେ କେବଳ ମ୍ୟାଚ୍‌ ଦିନକୁ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details