ଓଡିଶା

odisha

By

Published : Sep 14, 2022, 9:13 PM IST

ETV Bharat / city

ସମେଟିଭ ଫି ଆଦାୟ ବନ୍ଦ କରନ୍ତୁ ସରକାର: AIDSO

ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫର୍ମ ଫିଲପ୍‌ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ନିଷ୍ପତ୍ତିକୁ ବିରୋଧ । ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ (All India Democratic Students Organization) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ସମେଟିଭ ଫି ଆଦାୟ ବନ୍ଦ କରନ୍ତୁ ସରକାର: AIDSO
ସମେଟିଭ ଫି ଆଦାୟ ବନ୍ଦ କରନ୍ତୁ ସରକାର: AIDSO

କଟକ: ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ (All India Democratic Students Organization) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ଫିଲପ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଫି ଆଦାୟ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫର୍ମ ପୂରଣ ଆଳରେ ଛାତ୍ରଛାତ୍ରୀଙ୍କ ଠାରୁ ଏଭଳି ଲୁଟ ବନ୍ଦ କରିବାକୁ AIDSO ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମେଟିଭ ଫି ଆଦାୟ ବନ୍ଦ କରନ୍ତୁ ସରକାର: AIDSO

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଦ୍ବାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୪୨୦ ଟଙ୍କା ଲେଖାଏଁ ଫି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ ଦୁଇଟି ସମେଟିଭ ପରୀକ୍ଷା ବାବଦରେ ଗୋଟିଏ ଛାତ୍ର ବା ଛାତ୍ରୀକୁ ୮୪୦ ଟଙ୍କା ଦେବାକୁ ହେବ । ନବମ ଓ ଦଶମ ଶ୍ରେଣୀରେ ଏହି ସମେଟିଭ ପରୀକ୍ଷା ପାଇଁ ୪ ଥର ଫି ଆଦାୟ କରାଯିବ । ତେବେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଏଆଇଡିଏସଓ (AIDSO- All India Democratic Students Organization) । ଏନେଇ ଆଜି (ବୁଧବାର) ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହିଭଳି ଫି ଆଗରୁ ଆଦାୟ କରାଯାଉନଥିଲା । ତେବେ ଏଭଳି ନବମ ଓ ଦଶମ ଶ୍ରେଣୀରେ ସମେଟିଭ ପରୀକ୍ଷା ଆଳରେ ଛାତ୍ରଛାତ୍ରୀଙ୍କୁ ଲୁଟ କରିବା ଅତ୍ୟନ୍ୟ ନିନ୍ଦନୀୟ ବୋଲି କହିଛି ଏହି ଛାତ୍ର ସଙ୍ଗଠନ । ତୁରନ୍ତ ଏହି ସମେଟିଭ ପରୀକ୍ଷା ଫି ଆଦାୟ କରିବା ନିଷ୍ପତ୍ତିକୁ ବୋର୍ଡ କତ୍ତୃପକ୍ଷ ପ୍ରତ୍ୟାହାର କରିବାକୁ ଦାବି କରି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏଆଇଡିଏସଓ । ଏହା ସହିତ ଛାତ୍ରଛାତ୍ରୀମାନଙ୍କର ମାଗଣାରେ ଫର୍ମ ପୂରଣ କରାଇବା ପାଇଁ ମଧ୍ୟ ଦାବି ହୋଇଛି । ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀରେ ୪ ଥର ଫର୍ମ ପୂରଣ କରି ଏଭଳି ଫି ଆଦାୟ ବନ୍ଦ କରିବାକୁ AIDSO ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏଆଇଡିଏସଓର ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ କହିଛନ୍ତି, "ବର୍ତ୍ତମାନ ସମୟରେ ରାଜ୍ୟର ଅନେକ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଅନ୍ୟପଟେ କରୋନା ମହାମାରୀ ପରେ ରାଜ୍ୟର ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ନିଜର ବୃତ୍ତି ହରାଇଛନ୍ତି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ପାଠପଢାର ଦାୟିତ୍ବ ସମ୍ପୂର୍ଣ୍ଣ ସରକାର ନେବା କଥା । କିନ୍ତୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ନିନ୍ଦନୀୟ । ଏହା ଫଳରେ ବହୁ ଗରିବ ଘରର ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ଫର୍ମ ପୂରଣ କରି ନପାରି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details