ଓଡିଶା

odisha

ETV Bharat / city

ଥମୁନି ପିଆଜ ଟେନସନ୍: ବଢିଲା ଆହୁରି 40 - କିଲୋପ୍ରତି 70ରୁ 80 ଟଙ୍କା ପିଆଜ

3 ଦିନ ପୂର୍ବରୁ କିଲୋପ୍ରତି 70ରୁ 80 ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ, ଏବେ ବୃଦ୍ଧି ପାଇ କିଲୋପ୍ରତି 110ରୁ 120 ଟଙ୍କାରେ ବିକ୍ରୟ ହେଉଛି। ଅଧିକ ପଢନ୍ତୁ...

ଥମୁନି ପିଆଜ ଟେନସନ୍: ବଢିଲା ଆଉ 40
ଥମୁନି ପିଆଜ ଟେନସନ୍: ବଢିଲା ଆଉ 40

By

Published : Dec 18, 2019, 6:19 PM IST

କଟକ: ପୁଣି କନ୍ଦାଇଲା ପିଆଜ। ଯେଉଁ ପିଆଜ 3 ଦିନ ପୂର୍ବରୁ କିଲୋପ୍ରତି 70ରୁ 80 ଟଙ୍କା ଦରରେ ବିକ୍ରୟ ହେଉଥିଲା ତାହା ଏବେ ବୃଦ୍ଧି ପାଇ କିଲୋପ୍ରତି 110ରୁ 120 ଟଙ୍କାରେ ବିକ୍ରୟ ହେଉଛି।

ଥମୁନି ପିଆଜ ଟେନସନ୍: ବଢିଲା ଆଉ 40

CAAର ପ୍ରଭାବରୁ ବଜାରକୁ ପିଆଜ ଗାଡି ନଆସିବାରୁ ଦର ବୃଦ୍ଧି ପାଇଥିବା ଜଣାପଡିଛି। ଛତ୍ରବଜାର ପରିବା ମଣ୍ଡିରେ ପ୍ରତ୍ୟକ ଦିନ 7ରୁ 10ଟି ଟ୍ରକ ପିଆଜ ଗାଡି ଆବଶ୍ୟକ ଥିଲାବେଳେ ଏବେ ମାତ୍ର ଗୋଟିଏ ଗାଡି ପିଆଜ ବଜାରକୁ ଆସୁଛି। ଫଳରେ ପିଆଜ ଦର ଉଚ୍ଚା ରହିଛି। ହୋଲସେଲ୍‌ରେ ପିଆଜ ଦର କିଲୋପ୍ରତି 80 ରୁ 90 ଟଙ୍କା ଦରରେ ବିକ୍ରୟ ହେଉଥିଲାବେଳେ ଖୁଚୁରାରେ ଛୋଟ ପିଆଜ 100 ଟଙ୍କା ଓ ବଡ଼ ପିଆଜ 110ରୁ 120ଟଙ୍କା ଦରରେ ବିକ୍ରୟ ହେଉଛି। ଅନ୍ୟପଟେ ପିଆଜ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ଜାହିର କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details