କଟକ: ରାଜଧାନୀ ପରେ ଏବେ କଟକରେ ବି ଦବିଲା ନୂତନ ବ୍ରିଜ। ଲିଙ୍କରୋଡ଼ ରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ନୂତନ କାଠଯୋଡ଼ି ବ୍ରିଜର ରାସ୍ତାରେ ଫାଟ ଦେଖାଦେଇଛି । ମୁଖ୍ୟ ରାସ୍ତାରେ ବଡ଼ ଧରଣର ଫାଟ ସୃଷ୍ଟି ହେବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବାରିକେଡ ବନ୍ଧାଯାଇଛି ।
ତେବେ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ସମୀକ୍ଷା କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଅଭିଜ୍ଞ ଯନ୍ତ୍ରୀଙ୍କ ଦ୍ଵାରା ଯାଞ୍ଚ କରାଯାଇ ଏହାର ମରାମତି କରିବାକୁ ବିଧାୟକ ଦାବି କରିଛନ୍ତି।