ଓଡିଶା

odisha

ETV Bharat / city

120 ଘଣ୍ଟା ଅପରେସନ ପରେ ଧରାପଡିଲା ହାଇଦର, ସିପି କହିଲେ ଫେରାର ପଛର କାହାଣୀ - ହାଇଦର ଫେରାର ପଛର କାହାଣୀ କହିଲେ ସିପି

କୁଖ୍ୟାତ ଅପରାଧୀର ହାଇଦରକୁ ଓଡିଶା ଆଣିବା ପରେ କମିଶନରେଟ ପୋଲିସର ପ୍ରେସମିଟ । କିପରି ଓ କାହିଁକି ଏସସିବି ମେଡିକାଲରୁ ଚକମା ଦେଇ ଫେରାର ହୋଇଥିଲା ଅପରାଧୀ ସେନେଇ ସୂଚନା ଦେଇଛନ୍ତି ପୋଲିସ ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ...

120 ଘଣ୍ଟାର ଅପରେସନ ପରେ ଧରାପଡିଛି ହାଇଦର
120 ଘଣ୍ଟାର ଅପରେସନ ପରେ ଧରାପଡିଛି ହାଇଦର

By

Published : Apr 16, 2021, 12:34 PM IST

Updated : Apr 16, 2021, 1:40 PM IST

କଟକ: କୁଖ୍ୟାତ ଅପରାଧି ସେକ ହାଇଦରକୁ ଧରିବାକୁ 120 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳତା ମିଳିଛି । କମିଶନରେଟ ପୋଲିସକୁ ହାଇଦ୍ରାବାଦ ଓ ତେଲେଙ୍ଗାନାର ସଙ୍ଗାରେଡ୍ଡିର ପୋଲିସ ଏକ ଟିମ ସହାୟତାରେ ହାଇଦରକୁ ଗିରଫ କରାଯାଇଛି । ହାଇଦର ଧରିବାକୁ ହୋଇଥିବା ଅପରେସନ ଚମକପ୍ରଦ ବୋଲି କହିଛନ୍ତି ପୋଲିସ କମିଶନର । କୁଖ୍ୟାତ ଅପରାଧି ହାଇଦର ଓଡିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ। ହାଇଦର କିପରି ଏସସିବି ମେଡିକାଲରୁ ଫେରାର ହେଲା ଓ କିପରି ତାକୁ ଧରିବାରେ ସଫଳ ହୋଇଛି ସେନେଇ ସେ ସୂଚନା ଦେଇଛନ୍ତି ।

କୁଖ୍ୟାତ ଅପରାଧୀ ହାଇଦର ଦୁଇଟି ମାମଲା ସମ୍ବଲପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି । 23 ମାର୍ଚ୍ଚ ତାରିଖରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ କଟକ ବଡ ମେଡିକାଲ ଅଣାଯାଇଥିଲା । ଏପ୍ରିଲ 10 ତାରିଖରେ 4ଟାରୁ ସାଢେ ମଧ୍ୟରେ ହାଇଦର ସୁରକ୍ଷା ଥିବା ସମ୍ବଲପୁରର ଗାର୍ଡଙ୍କୁ ନିଶାକ୍ତ ଖାଦ୍ୟ ଦେଇ ଚମ୍ପଟ ମାରିଥିଲା । ଫେରାର ହେବାର ଦୀର୍ଘ 3 ଘଣ୍ଟା ପରେ କଟକ କମିଶନରେଟ ପୋଲିସ ଖବର ପାଇଥିଲା । ଫଳରେ ହାଇଦର ଓଡିଶାରୁ ଫେରାର ହେବାରେ ସଫଳ ହୋଇଥିଲା । ଏସସିବି ମେଡିକାଲରୁ ହାଇଦର ସଡକ ପଥରେ ଆନ୍ଧ୍ର ଯାଇଥିଲା ।

120 ଘଣ୍ଟା ଅପରେସନ ପରେ ଧରାପଡିଲା ହାଇଦର

ସେପଟେ, ହାଇଦରକୁ ଧରିବାକୁ କଟକ ପୋଲିସକୁ ପ୍ରଶଂସା କରିଛନ୍ତି ସିପି । ହାଇଦରର ଅପରାଧିକ ଲିଙ୍କ, ଫ୍ୟାମିଲରେ କିଏ ଅଛନ୍ତି, ସେ କୁଆଡେ ଯାଇପାରେ ସେ ଆଧାରରେ ତଦନ୍ତ ଚାଲିଥିଲା । ହାଇଦରକୁ ଜିରୋ ଡାଉନ କରିବାକୁ ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା ,ଝାଡଖଣ୍ଡକୁ ଗୋଟିଏ ଗୋଟିଏ ଟିମ ପଠାଯାଇଥିଲା। ତେବେ ପୋଲିସର ଏକ ଟେକ୍ନିକାଲ ୱେ’ ରେ ହାଇଦାର କଣ୍ଟାକ୍ଟ ଟ୍ରେସ କରିଥିଲା । ସହଯୋଗୀ ୟାକୁବକୁ ମଧ୍ୟ ପଚାରା ଯାଇଥିଲା । ତେବେ ହାଇଦ୍ରାବାଦରେ ତାର ପୁଅ ରହୁଥିବା ଜାଣିବାକୁ ପାଇଥିଲା ପୋଲିସ ।

ତିନି ଧରି ଅପରେସନ ପରେ ଗତ ବୁଧବାର ହାଇଦାର ତେଲେଙ୍ଗାନାରେ ରହିଥିବା ଜଣାପଡିଥିଲା । ଆଇଆଇସି ଚାଉଳିଆଗଞ୍ଜ ଓ ବାଦାମବାଡିରେ ତେଲେଙ୍ଗାନାରେ ପହଞ୍ଚିଥିଲା । ସେ ବାଇକ ଯୋଗ ଯାଉଥିବା ନେଇ ସ୍ପଷ୍ଟ ହେବା ପରେ ସନ୍ଧ୍ୟା ସାଢେ 6ଟା ସମୟରେ ଗିରଫ ହୋଇଥିଲା ।

ଗତକାଲି(ଗୁରୁବାର) ହାଇଦାର ଗିରଫ ହେବା ପରେ ବିଳମ୍ବିତ ଜାହିରାବାଦ କୋର୍ଟରେ ତାକୁ ହାଜିର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଅଣାଯାଇଥିଲା । ଆଜି ତାକୁ ଓଡିଶା ଅଣାଯାଇଛି । ମଙ୍ଗଳବାଗରେ ହେପାଜତରୁ ଚାଲିଥିବା ଅଭିଯୋଗରେ କମିଶନରେଟ ପୋଲିସ ତାକୁ 7 ଦିନିଆ ରିମାଣ୍ଡ ଆଣି ପଚାର ଉଚରା କରିବ ଆଣିବ । ହାଇଦର ଅନ୍ୟ 7 ଜଣ ସହଯୋଗୀଙ୍କୁ ମଧ୍ୟ ଜେରା କରୁଛି ପୋଲିସ ।

ସେପଟେ, ହାଇଦର କାହିଁକି ମେଡିକାଲରୁ ଚମ୍ପଟ ମାରିଥିଲା, କିଏ ଏଥିରେ ତାକୁ ସହଯୋଗ କରିଥିଲା ସେନେଇ ତଦନ୍ତ ପରେ ଜଣାପଡିବ ବୋଲି କମିଶନର କହିଛନ୍ତି । ଏଥିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 16, 2021, 1:40 PM IST

ABOUT THE AUTHOR

...view details