ଓଡିଶା

odisha

ETV Bharat / city

ଅପମିଶ୍ରିତ ସାମଗ୍ରୀ କବଳରେ କଟକ ! ନାହାଁନ୍ତି ଅଧିକାରୀ, ନକଲି କାରଖନା ଉପରେ ଚଢାଉ କରିବ କିଏ ? - କଳାବଜାରୀଙ୍କ କବ୍ଜାରେ କଟକ ସହର

ଦିନକୁ ଦିନ ଅପ ମିଶ୍ରିତ ଦ୍ରବ୍ୟର କାରଖାନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କାରଖାନା ଉପରେ ରେଡ କରାଯାଉଥିଲେ ମଧ୍ୟ ଦଲାଲ ମାନଙ୍କର ପୋଲିସର ଡର ଟିକିଏ ବି ନାହିଁ । ଗତ ଦୁଇ ମାସ ମଧ୍ୟରେ 21 ରୁ ଉର୍ଦ୍ଧ୍ବ ନକଲି କାରଖନା ଠାଵ ହୋଇ ସାରିଛି । ଜିଲ୍ଲା ଯୋଗାଣ ବିଭାଗର 4 ଟି ଫୁଡ଼ ସେଫଟି ଇନିସ୍ପେକ୍ଟର ପଦରୁ ଏବେବି 2ଟି ପଦ ଖାଲି ପଡ଼ିଛି । ଅଧିକ ପଢନ୍ତୁ...

ଅପମିଶ୍ରିତ ଖାଦ୍ୟର କବଳରେ କଟକ
ଅପମିଶ୍ରିତ ଖାଦ୍ୟର କବଳରେ କଟକ

By

Published : Jan 6, 2021, 9:10 PM IST

Updated : Jan 6, 2021, 9:18 PM IST

କଟକ:ହଜାର ବର୍ଷର କଟକ ସହର । ଏହି ଭାଇଚାରାର ସହରରେ ରହିଛି ଅନେକ କିଛି ଇତିହାସ । କିନ୍ତୁ, ଗତକିଛି ଦିନ ହେବ ଏହି ସହର ଅନ୍ୟଏକ ପରିଚୟ ସୃଷ୍ଟି କରିଛି । ଆଉ ତାହା ହେଉଛି ନକଲି ସମଗ୍ରୀର ଗନ୍ତାଘର । ଗତ ଦୁଇ ମାସ ମଧ୍ୟରେ 21 ରୁ ଊର୍ଦ୍ଧ୍ବ ନକଲି କାରଖନା ଠାଵ ହୋଇ ସାରିଛି । ଯେଉଁଠାରେ ତିଆରି ହେଉଥିଲା ଅପମିଶ୍ରିତ ଦ୍ରବ୍ୟ । କମିଶନରେଟ ପୋଲିସ ଓ ସିଏମସିର ବହୁ ମାତ୍ରାରେ ଧରପଗଡ ପରେ ମଧ୍ୟ ଜାରି ରହିଛି ଏହି ନକଲି କାରଖନାର କାରବାର । ତେବେ କେଉଁଟି ରହୁଛି ତ୍ରୁଟି ?

ଅପମିଶ୍ରିତ ଖାଦ୍ୟର କବଳରେ କଟକ

ଦୁଇ ମାସ ତଳୁ ଜଗତପୁର ଅଞ୍ଚଳରୁ ଠାଵ ହୋଇଥିଲା ଏକ ବେଇଆନ ସସ୍ କାରଖନା । ଆଉ ଏହାପରେ ଉଭୟ ପୋଲିସ ଓ ସିଏମସିର ମିଳିତ ଉଦ୍ୟମରେ ନକଲି କାରବାରକୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ ରେଡ୍‌ । ସମୟ ଗଡ଼ିବା ସହ ଅନେକ ନକଲି ଖାଦ୍ୟ ସାମଗ୍ରୀ କରଖାନା ଉପରେ ରେଡ଼ ମଧ୍ୟ କରାଯାଇଛି । କିନ୍ତୁ, ତଥାପି ଥମିବାରେ ନାଁ ନେଉନି ନକଲି ସମଗ୍ରୀ ପ୍ରସ୍ତୁତି ଓ ବିକ୍ରି ପ୍ରକ୍ରିୟା । ଏହି ଘଟଣାରେ ଅନେକ ବ୍ୟବସାୟୀଙ୍କ ପାଖରେ ନାହିଁ ଲାଇସେନ୍ସ । ତେବେ ଏହି ଘଟଣା ବିଶେଷକରି ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ବେଶ ଦୃଷ୍ଟି ଗୋଚର ହେଉଛି । ତେବେ ଏଣିକି ପ୍ରତ୍ୟକ ବ୍ୟବସାୟୀ ଗୋଦାମକୁ ନିଜର ସମସ୍ତ ତଥ୍ୟ ଦେବକୁ ପଡିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ।

ଅପମିଶ୍ରିତ ଖାଦ୍ୟର କବଳରେ କଟକ

ଏହି ପ୍ରସଙ୍ଗ ଦିନକୁ ଦିନ ବେଶ ସଙ୍ଗୀନ ହେଉଚି । କାରଣ ସାଧାରଣ ଲୋକ ଏହି ନକଲି ଖାଦ୍ୟ ଖାଇ ଅସୁସ୍ଥ ହେବାର ସମ୍ଭବନା ଯଥେଷ୍ଟ ରହିଛି । ତେବେ ଏହି କଥା ସଂସଦରେ ଉଠାଇବା ନିଶ୍ଚୟ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ସୁବାଷ ସିଂ ।

ଅପମିଶ୍ରିତ ଖାଦ୍ୟର କବଳରେ କଟକ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରସାସନର ସ୍ଥାଣୁତା ଯୋଗୁଁ ଏପରି ସମସ୍ୟା ବାରମ୍ବାର ଦୃଷ୍ଟିଗୋଚର ହେଉଛି । ଯେଉଁ ବେଆଇନ କାରଖନା ଓ ଗୋଦାମ ଅନେକ ଦିନ ଧରି ଏହି ବେଇଅନ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ତିଆରି କରୁଛି ତାହାକୁ ତଦାରଖ କରିବା ପାଇଁ ପ୍ରଶାସନ ପକ୍ଷରୁ କେହି ଅଧକାରୀ ନାହାନ୍ତି । ଜିଲ୍ଲା ଯୋଗାଣ ବିଭାଗର 4 ଟି ଫୁଡ଼ ସେଫଟି ଇନସପେକ୍ଟର ପଦରୁ ଏବେବି 2ଟି ପଦ ଖାଲି ପଡ଼ିଛି । ଆଉ ଯେଉଁମାନେ ବଳକା ଅଧକାରୀ ରହିଛନ୍ତି ସେମାନେ ମଧ୍ୟ ସଠିକ ରୂପରେ କାର୍ଯ୍ୟ କରୁନଥିବାର ଅଭିଯୋଗ ହୋଇଛି । ତେବେ ନିଜର ଭୁଲ ସ୍ୱୀକାର କରିବା ସହ ଆଗମୀ ଦିନରେ ମ୍ୟାନ ପାୱାର ବଢାଇବା ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।
କଟକରେ ଅନେକ ବେଇଅନ ଅପମିଶ୍ରିତ କାରଖନା ଉପରେ ଚଢ଼ାଉ ହେଉଛି ସତ, ହେଲେ ପରବର୍ତ୍ତି ସମୟରେ ଏହାର ଯଦି ଫଲୋଅପ ଆକ୍ସନ ନିଆନଯିବ ତାହାଲେ ସ୍ଥିତି ସାଂଘାତିକ ରୂପ ନଇପାରେ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 6, 2021, 9:18 PM IST

ABOUT THE AUTHOR

...view details