ଓଡିଶା

odisha

ETV Bharat / city

Seashore Scam: ନିଲାମ ହେବ ସି-ସୋର ସମ୍ପତ୍ତି, ଆରମ୍ଭ ହେଲା ପ୍ରକ୍ରିୟା - ସି ସୋର ସମ୍ପତ୍ତି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ

ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସି-ସୋର ପ୍ରସଙ୍ଗ । ଏହି ସମ୍ପତ୍ତିକୁ ନିଲାମ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Seashore Scam: ନିଲାମ ହେବ ସି-ସୋର ସମ୍ପତ୍ତି, ଆରମ୍ଭ ହେଲା ପ୍ରକ୍ରିୟା
Seashore Scam: ନିଲାମ ହେବ ସି-ସୋର ସମ୍ପତ୍ତି, ଆରମ୍ଭ ହେଲା ପ୍ରକ୍ରିୟା

By

Published : Aug 2, 2022, 7:17 PM IST

କଟକ: ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସି-ସୋର ପ୍ରସଙ୍ଗ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଇଡି ଆଟାଚ୍‌ କରିଥିବା ବେଳେ, ସି-ସୋର ସମ୍ପତ୍ତିକୁ ନିଲାମ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । କଟକର ଅତିରିକ୍ତ ADM ତଥା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ୭ଟି ଜିଲ୍ଲାରେ ଥିବା ସି-ସୋର ସମ୍ପତ୍ତିର ମୂଲ୍ୟାୟନ ଆରମ୍ଭ ହୋଇଛି ।

Seashore Scam: ନିଲାମ ହେବ ସି-ସୋର ସମ୍ପତ୍ତି, ଆରମ୍ଭ ହେଲା ପ୍ରକ୍ରିୟା

ପ୍ଲାଣ୍ଟ ସହ ଶିଳ୍ପାଞ୍ଚଳରେ ଥିବା ସି-ସୋର ମିନିରାଲ ଓ୍ବାଟର କାରଖାନାକୁ ମଧ୍ୟ ନିଲାମ କରାଯିବ । ସେହିପରି କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ଓ ସଦର ତହସିଲରେ ଥିବା ଏବଂ ପୂର୍ବରୁ ଜବତ ହୋଇସାରିଥିବା ସିସୋର ସମ୍ପତ୍ତିଗୁଡ଼ିକୁ ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଏହି ୨ଟି ତହସିଲରେ ସି-ସୋର ଓ ଏହାର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଦାସଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ଏଥିପାଇଁ ସମ୍ପୃକ୍ତ ତହସିଲଦାରମାନେ ସେମାନଙ୍କ ରିପୋର୍ଟ ପ୍ରଦାନ କରି ସାରିଥିବା କହିଛନ୍ତି କଟକ ସଦର ଉପଜିଲ୍ଲାପାଳ ।

ରାଜ୍ୟର ୭ ଜିଲ୍ଲାରେ ଥିବା ସି-ସୋରର ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚିଟଫଣ୍ଡ ଠକେଇ ମାମଲାର ଅଧିକୃତ ଅଧିକାରୀ । କଟକ ସମେତ ମୟୂରଭଞ୍ଜ, ଖୋର୍ଦ୍ଧା, ଅନୁଗୋଳ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର ଭଳି ୭ଟି ଜିଲ୍ଲାରେ ମୋଟ ୧୩୯ ଏକର ୭୮୧ ଡିସିମିଲ ଜମିକୁ ଜବତ କରାଯାଇଥିଲା । ଏବେ ସେହି ସମସ୍ତ ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ଏହା ବ୍ୟତୀତ ସି-ସୋର ଓ ପ୍ରଶାନ୍ତ ଦାସଙ୍କ ନାଁରେ ୨୨ ଟି ବ୍ୟାଙ୍କରେ ଥିବା ୨୬୬ ଆକାଉଣ୍ଟକୁ ଫିଜ୍‌ କରାଯାଇଛି ।

ସେହି ଆକାଉଣ୍ଟରେ ମୋଟ ୧ କୋଟି ୮୮ ଲକ୍ଷ ଟଙ୍କା ସିଜ ହୋଇଥିବା ମଧ୍ୟ ଜଣାପଡ଼ିଛି । ତେବେ ନିଜ ନିଜ ଅଞ୍ଚଳରେ ଥିବା ସି-ସୋରର ସମ୍ପତ୍ତି ଗୁଡିକ ବାବଦରେ ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ରିପୋର୍ଟ ମିଳିବା ପରେ ନିଲାମି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଚିଟଫଣ୍ଡ ଠକେଇ ମାମଲାର ଅଧିକୃତ ଅଧିକାରୀ ।

ତେବେ କେତେ ହେବ ୭ ଟି ଜିଲ୍ଲାର ଏହି ସମ୍ପତ୍ତିର ମୂଲ୍ୟ ? ଏହା ଦ୍ବାରା କେତେ ହିତାଧିକାରୀ ଉପକୃତ ହେବେ ? କହିବାକୁ ଗଲେ ସମୟ ଯେତେ ଗଡ଼ି ଗଡ଼ି ଚାଲୁଛି, ଅନେକ ଅପରାଧୀ ଏଥିରୁ ଖସିଯାଉଥିବା ଅଭିଯୋଗ ହେଉଛି । ଏହାଦ୍ବାରା କେବଳ ହିତାଧିକାରୀ କ୍ଷତି ସହିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details