ଓଡିଶା

odisha

By

Published : Oct 4, 2021, 4:03 PM IST

Updated : Oct 4, 2021, 7:01 PM IST

ETV Bharat / city

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୌମ୍ୟଙ୍କ ବାପା, CBI ତଦନ୍ତ ପାଇଁ ପିଟିସନ ଦାଖଲ

ଏସିଏଏଫ୍‌ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ CBI ତଦନ୍ତ ଦାବି କରଛନ୍ତି ସୌମ୍ୟଙ୍କ ବାପା । ଏହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ସୌମ୍ୟଙ୍କ ବାପା, CBI ତଦନ୍ତ ପାଇଁ ପିଟିସନ ଦାଖଲ
ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ସୌମ୍ୟଙ୍କ ବାପା, CBI ତଦନ୍ତ ପାଇଁ ପିଟିସନ ଦାଖଲ

କଟକ:ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ମତ୍ୟୁ ମାମଲା ଉପରୁ ଏଯାଏଁ ପରଦା ଉଠାଇବାରେ ଫେଲ୍‌ ମାରିଛନ୍ତି ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ । ବର୍ତ୍ତମାନ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ CBI ତଦନ୍ତ ଦାବି କରଛନ୍ତି ସୌମ୍ୟଙ୍କ ବାପା । ଏହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୌମ୍ୟଙ୍କ ବାପା, CBI ତଦନ୍ତ ପାଇଁ ପିଟିସନ ଦାଖଲ

ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଛନ୍ତି ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ବାପା । ଜୁଲାଇ ୧୨ ତାରିଖ ରାତିରେ, ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସୌମ୍ୟଙ୍କୁ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ସେହି ଘରେ ପାରଳାଖେୁଣ୍ଡି IIC ବିବେକାନନ୍ଦ ସ୍ଵାଇଁ ଓ OIC ମମତା ପଣ୍ଡା ଥିଲେ। ସେଠାରୁ ସେମାନେ ଅନେକ ପ୍ରମାଣ ନେଇ ନଷ୍ଟ କରିଥିଲେ ବୋଲି ସୌମ୍ୟ ବାପା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଘଟଣା ରାତିରେ ସୌମ୍ୟ ଥିବା ଆମ୍ବୁଲାନ୍ସକୁ ମଧ୍ୟ ସେମାନେ ଅଟକେଇ ଥିଲେ।

ଓଡ଼ିଶା ପୋଲିସ ଓ ଏହାର ତଦନ୍ତକାରୀ ସଂସ୍ଥା, ଏହି ଘଟଣାର ପର୍ଦ୍ଦାଫାସ କରିପାରିବେ ନାହିଁ । କିମ୍ବା ଆମକୁ ନ୍ୟାୟ ଦେଇ ପାରିବେ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା । ତେବେ CBI କିମ୍ବା ହାଇକୋର୍ଟ ଙ୍କ ନିଯୁକ୍ତ SIT ଦ୍ଵାରା ତଦନ୍ତ କରିବା ପାଇଁ ସେ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି । ଏଥିପାଇଁ ପିଟିସନ୍‌ରେ CBI, ଗୃହ ବିଭାଗ ସଚିବ, ପୋଲିସ DG, ADG କ୍ରାଇମବ୍ରାଞ୍ଚ ମାମଲାରେ ପକ୍ଷଭୁକ୍ତ ରହିଛନ୍ତି ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଛି । ହେଲେ ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ଉଠି ପାରିନି । ଏହି ମାମଲାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ସୌମ୍ୟଙ୍କ ପରିବାରର ବୟାନ ରେକର୍ଡ କରିବାଠାରୁ ଆରମ୍ଭ କରି ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିଥିଲା । ହେଲେ କୌଣସି ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ରହସ୍ୟ ହୋଇ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 4, 2021, 7:01 PM IST

ABOUT THE AUTHOR

...view details