ଓଡିଶା

odisha

ETV Bharat / city

DFOଙ୍କୁ କ୍ଲିନଚିଟ୍ ପ୍ରସଙ୍ଗ: ମାମଲାର ଦିଶା ବଦଳାଉଛି ପୋଲିସ! - clean chit

ଡିଏଫଓଙ୍କୁ ପୋଲିସ କ୍ଲିନଚିଟ ପ୍ରସଙ୍ଗରେ ଆପତ୍ତି ଉଠାଇଲେ ସୌମ୍ୟରଞ୍ଜନଙ୍କ ଓକିଲ । ପୋଲିସ ଡିଏଫଓଙ୍କୁ ବଞ୍ଚାଇବାକୁ ଯାଇ ପ୍ରମାଣ ନଷ୍ଟ କରୁଛି ବୋଲି କହିଲେ ଆଇନଜୀବୀ ପାର୍ଥସାରଥୀ ନାୟକ । ଅଧିକ ପଢନ୍ତୁ...

DFOଙ୍କୁ କ୍ଲିନଚିଟ୍ ପ୍ରସଙ୍ଗ: ମାମଲାର ଦିଶା ବଦଳାଉଛି ପୋଲିସ!
DFOଙ୍କୁ କ୍ଲିନଚିଟ୍ ପ୍ରସଙ୍ଗ: ମାମଲାର ଦିଶା ବଦଳାଉଛି ପୋଲିସ!

By

Published : Jul 24, 2021, 4:10 PM IST

କଟକ:ରହସ୍ୟ ଘେରରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପ୍ରତିଦିନ ମାମଲାରେ ଆସୁଛି ନୂଆ ନୂଆ ଟ୍ବିଷ୍ଟ । ଗତକାଲି(ଶୁକ୍ରବାର) କ୍ରାଇମବ୍ରାଞ୍ଚ ଓ ପୋଲିସ ଡିଏଫଓଙ୍କୁ ଜେରା କରିଥିବାବେଳେ ରାତିରେ ଡିଏଫଓଙ୍କ ସମେତ ରୋଷେୟା ଓ ଓଆଇସିଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଏସପି । ଏହି କ୍ଲିନଚିଟ୍ ପ୍ରସଙ୍ଗକୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ ପାର୍ଥସାରଥୀ ।

DFOଙ୍କୁ କ୍ଲିନଚିଟ୍ ପ୍ରସଙ୍ଗ: ମାମଲାର ଦିଶା ବଦଳାଉଛି ପୋଲିସ!

ଆଇନଜୀବୀ ପାର୍ଥସାରଥୀ କହିଛନ୍ତି, ପୋଲିସର ତଦନ୍ତ ପ୍ରକ୍ରିୟାରୁ ସେ ଡିଏଫଓଙ୍କୁ ବଞ୍ଚାଇବାକୁ ଚାହୁଁଥିବା ବାରି ହେଉଛି । ଯେତେବେଳେ କି ବୋହୂ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ନେଇ ସୌମ୍ୟଙ୍କ ପରିବାର ଲୋକେ ଦାବି କରୁଛନ୍ତି, ସେହି ସମୟରେ ଡିଏଫଓଙ୍କୁ କିଛି ଘଣ୍ଟାର ପଚରାଉଚରା ପରେ ପୋଲିସ କ୍ଲିନଚିଟ୍ ଦେଇଛି । ଯାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଥିସହ ସେ ସୌମ୍ୟଙ୍କ ମୃତ୍ୟୁ ସହ ଜଡିତ ଅନେକ ପାରିପାର୍ଶ୍ବିକ ପ୍ରସଙ୍ଗକୁ ଦୋହରାଇଛନ୍ତି । ପୋଲିସ କହିବା ମୁତାବକ ସୌମ୍ୟଙ୍କ ସରକାରୀ କ୍ବାର୍ଟର ହିଁ ଡେଥସ୍ପଟ । ଯାହାକି ଘରର ବାହାର ପାର୍ଶ୍ବର ଅଧା ଜଳିଥିବା ମଶା ଜାଲି ଏବଂ ନିଆଁରେ ପୋଡି ଯାଇଥିବା କବାଟର ତଳ ଅଂଶରୁ ସ୍ପଷ୍ଟ ହୋଇଛି । ହେଲେ ନିକଟରେ ଥିବା ଡୋରସ୍କିନ ଏବଂ ପ୍ଲାଷ୍ଟକ ଡବାରେ ନିଆଁ ଲାଗିନାହିଁ । ଏପରିକି ଘରର କାନ୍ଥ ମଧ୍ୟ କଳା ପଡିନାହିଁ । ଏହା କିପରି ସମ୍ଭବ ବୋଲି ପାର୍ଥସାରଥୀ ପ୍ରଶ୍ନ କରିଛନ୍ତି । ବିଦ୍ୟାଭାରତୀଙ୍କୁ ଗିରଫ କରି କଷ୍ଟେଡିଆଲ ପଚରାଉଚରା କଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସୌମ୍ୟଙ୍କ ଓକିଲ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details