କଟକ:ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ । ୨୫ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବକୁ ନିର୍ଦ୍ଦେଶ ଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରଯାଇଛି ।
କଟକ ଗହ୍ମାଡ଼ିଆ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ୫ ବର୍ଷର ନାବାଳିକା ୨୦୧୯ ମେ ୧୯ ତାରିଖ ମଧ୍ୟାହ୍ନରେ ଦୁଷ୍କର୍ମର ଶିକାର ହୋଇଥିଲା । ଏହି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ଢେଙ୍କାନାଳ ଭୁବନର ୫୧ ବର୍ଷୀୟ ପତିତ ବେହେରା ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ଭଡ଼ାରେ ରହୁଥିଲା। ଘଟଣା ଦିନ ପିଡ଼ିତାର ବାପା ବାହାରକୁ କାମ କରିବାକୁ ଯାଇଥିବା ବେଳେ ପତିତ ନାବାଳିକାକୁ ଖେଳିବା ବୋଲି ଡାକି ନେଇ ନିଜ ଘରକୁ ନେଇ ଯାଇଥିଲା। ନିଜ ଘର ଭିତରେ ନାବାଳିକାକୁ ଉଲଗ୍ନ କରି ପାଶବିକ ଅତ୍ୟାଚାର କରିଥିଲା । ପୀଡ଼ିତାର ମା' ତାକୁ ନ ପାଇ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ । ଶେଷରେ ପୀଡିତର ଘର ଭିତରୁ ନାବାଳିକା ଝିଅକୁ ଉଦ୍ଧାର କରିଥିଲା ମାଆ । ଝିଅ ଠାରୁ ସବୁ ବିଷୟ ଜାଣିବା ପରେ ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ।