କଟକ: ଦେଶରେ ବୃଦ୍ଧି ପାଉଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଯଦିଓ ଏପର୍ଯ୍ୟନ୍ତ କୌଣସି ମଙ୍କିପକ୍ସ ଆକ୍ରାନ୍ତ ଓଡିଶାରେ ଚିହ୍ନଟ ହୋଇ ନାହାନ୍ତି । ତଥାପି ସଚେତନ ରହିବାକୁ ପରାମର୍ଶ ଦେଲେ ଏସସିବି ମେଡ଼ିକାଲ ମଙ୍କିପକ୍ସ କମିଟି ଅଧ୍ୟକ୍ଷ ଡାକ୍ତର ଜୟନ୍ତ ପଣ୍ଡା । ସେପଟେ କିପରି ମଙ୍କିପକ୍ସର ଚିହ୍ନଟ କରିବେ ଏବଂ କିଭଳି ଏହାର ଚିକିତ୍ସା କରାଯିବ ସେନେଇ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ମଙ୍କିପକ୍ସର ଚିକିତ୍ସା ପାଇଁ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରୁ ୪ ଜଣ ଲେଖାଏଁ ଏପରି ମୋଟ ୧୨୦ ଜଣ ଡାକ୍ତର ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ଏମାନଙ୍କ ସହ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ, ସିନିୟର ରେସିଡେନ୍ସ, ଭେଷଜ, ଚର୍ମ ଏବଂ ଶିଶୁରୋଗ ବିଭାଗର ଡାକ୍ତର ଯୋଗଦେବେ । ଏସମସ୍ତଙ୍କୁ ମିଶାଇଲେ ମୋଟ ୨୦୦ ଜଣଙ୍କୁ ତାଲିମ ଦିଆଯିବ ବୋଲି ମଙ୍କିପକ୍ସ କମିଟିର ଅଧକ୍ଷ କହିଛନ୍ତି ।