ଓଡିଶା

odisha

ETV Bharat / city

ତାଗିଦ ସତ୍ତ୍ବେ ଅମାନିଆଙ୍କ ରାଜ, ଏଯାବତ୍‌ ରାଜ୍ୟରେ 6912 ମାମଲା ରୁଜୁ - ରାଜ୍ୟ ପୋଲିସ ମୁଖ୍ୟାଳୟ

ଗତ ମାର୍ଚ୍ଚ 24 ତାରିଖରୁ ରାଜ୍ୟରେ ତାଲାବନ୍ଦ ହେବା ପରେ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 6912ଟି ମାମଲା ରୁଜୁ ହୋଇଛି । ଏନେଇ ପୋଲିସ ମୁଖ୍ୟାଳୟ ସୂଚନା ଦେଇଛି ।

lockdown rule violation, cuttack latest news, state police headquarter, corona update in odisha, କୋରୋନା କଟକଣା ଅବମାନନା, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ ପୋଲିସ ମୁଖ୍ୟାଳୟ, ରାଜ୍ୟରେ କୋରୋନା ଅପଡେଟ
ତାଗିଦ ସତ୍ତ୍ବେ ଅମାନିଆଙ୍କ ରାଜ, ଏଯାବତ୍‌ ରାଜ୍ୟରେ 6912 ମାମଲା ରୁଜୁ

By

Published : Jul 14, 2020, 9:20 PM IST

କଟକ: ରାଜ୍ୟବାସୀଙ୍କୁ କୋରୋନା ମାଡରୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । କୋରୋନା ସ୍ଥିତି ଅନୁଯାୟୀ କଟକଣା କଡା ଓ କୋହଳ ହେଉଥିବା ବେଳେ ଯେଉଁମାନଙ୍କ ପାଇଁ ଏତେ କିଛି ବ୍ୟବସ୍ଥା ହେଉଛି ସେମାନେ ଯେ ମନଇଚ୍ଛା ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ଫଳରେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ଅବଧି ମଧ୍ୟରେ ମୋଟ 6912ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 24 ତାରିଖରୁ ରାଜ୍ୟରେ ତାଲାବନ୍ଦ ହେବା ପରେ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 6912ଟି ମାମଲା ରୁଜୁ ହୋଇଛି । ଏନେଇ ପୋଲିସ ମୁଖ୍ୟାଳୟ ସୂଚନା ଦେଇଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ କେବଳ 14ଟି ମାମଲା ରୁଜୁ ହୋଇଛି । ଏଥିରୁ 9ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଥିବା ବେଳେ 2ଟି ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ ପାଇଁ ରୁଜୁ ହୋଇଛି ।

ସେହିପରି ଗୋଟିଏ ମାମଲା ଗୁଜବ ସୃଷ୍ଟି କରିଥିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ ଅନ୍ୟ 2ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ ହୋଇଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details