କଟକ:ଚୌଦ୍ବାର କଳୟପଡାର ତିନି ବର୍ଷ ଶିଶୁ ଶିଵଶଙ୍କରର ହେବ ଯକୃତ ପ୍ରତିରୋପଣ। ଏନେଇ ଆଜି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ତିନି ବର୍ଷର ଶିଶୁ ସହ ବାପା ମାଆ। ଅନେକ ଦିନ ଧରି ଯକୃତ ଜନିତ ବ୍ୟାଧି ଲାଗି ରହିଥିବାରୁ ପରିବାରରେ ଲାଗି ରହିଥିଲା ଦୁଃଖ ।
ଦିଲ୍ଲୀ ଅଭିମୁଖେ ଶିବଶଙ୍କର, ଯକୃତ ହେବ ପ୍ରତିରୋପଣ - Shivshankar
ଚୌଦ୍ବାର କଳୟପଡାର ତିନି ବର୍ଷ ଶିଶୁ ଶିଵଶଙ୍କରର ହେବ ଯକୃତ ପ୍ରତିରୋପଣ। ଏନେଇ ଆଜି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ତିନି ବର୍ଷର ଶିଶୁ ସହ ବାପା ମାଆ। ଅଧିକ ପଢନ୍ତୁ...

ଦିଲ୍ଲୀ ଅଭିମୁଖେ ଶିବଶଙ୍କର ; ଯକୃତ ହେବ ପ୍ରତିରୋପଣ
ଦିଲ୍ଲୀ ଅଭିମୁଖେ ଶିବଶଙ୍କର ; ଯକୃତ ହେବ ପ୍ରତିରୋପଣ
ଅର୍ଥ ଅଭାବ ଯୋଗୁଁ ପୁଅକୁ ଭଗବାନଙ୍କ ଉପରେ ଛାଡି ଦେଇଥିଲେ ଅଭିଭାରକ । ତେବେ ଚୌଦ୍ବାରରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ଓଡିଶା ମୋ ପରିବାରର ମିଳିତ ଉଦ୍ୟମରେ ଶିବଶଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି। ଦୀର୍ଘ ଅଢେଇ ବର୍ଷ ଧରି କଷ୍ଟ ସହି ଆସୁଥିବା ପିଲାଟିର ଖୁବ ଶିଘ୍ର ସୁସ୍ଥ ହୋଇ ପାରିବ ବୋଲି ଏକ ଆଶା ଉଜ୍ଜୀବିତ ହୋଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ