ଓଡିଶା

odisha

By

Published : Jun 1, 2022, 4:46 PM IST

Updated : Jun 1, 2022, 7:46 PM IST

ETV Bharat / city

ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ

ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା
ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

କଟକ: ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଗଛ କାଟିବା ବନ୍ଦ କରିବା ସହ କଟାଯାଇଥିବା ଗଛ ବାବଦରେ କ୍ଷତିପୂରଣ ଦେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଛି ।

ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା
ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

ଏହା ବି ପଢ଼ନ୍ତୁବିଧାୟକଙ୍କ ପାଇଁ ବୃକ୍ଷ ବଳୀ, ସବୁଜିମାର ମଶାଣୀ ଉପରେ ସୌଧ ନିର୍ମାଣକୁ ଜୋରଦାର ବିରୋଧ

ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ରାଜଧାନୀରେ ନିର୍ମାଣ ହେବାକୁ ବିଧାୟକଙ୍କ ପାଇଁ ଅତ୍ୟାଧୁନିକ ସରକାରୀ କ୍ବାଟର୍ସ ନିର୍ମାଣକୁ ନେଇ ଏବେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । କାରଣ ଏହି ନିର୍ମାଣ ପାଇଁ ଏବେ ବଳି ପଡୁଛନ୍ତି ଶହ ଶହ ବର୍ଷର ପୁରାତନ ବୃକ୍ଷରାଜି । ରାଜଧାନୀକୁ ସବୁଜିମା ବଳୟରେ ରଖିବା ସହ ସୁରକ୍ଷା ଯୋଗାଉଥିବା ଏହି ବୃକ୍ଷ ଗୁଡିକୁ ଏବେ କାଟି ସଫା କରୁଛି ପ୍ରଶାସନ । ଯାହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଗଛ କଟାକୁ ବିରୋଧ କରି ଆନ୍ଦୋଳନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି ।

Last Updated : Jun 1, 2022, 7:46 PM IST

ABOUT THE AUTHOR

...view details