ଓଡିଶା

odisha

ETV Bharat / city

ହସ୍ପିଟାଲ ଛାତରୁ ପଡି ରୋଗୀ ମୃତ୍ୟୁ ଘଟଣା: ଏସସିବି ନାଁରେ ଥାନାରେ ମାମଲା - ଏସସିବି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ବସନ୍ତଙ୍କ ଜୀବନ

ଏସସିବି ମେଡିକାଲର ୩ ମହଲା ଛାତ ଉପରୁ ପଡି ଜଣେ ଅଜଣା ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ମୃତକଙ୍କ ପରିଚୟ ମିଳିବା ସହ ପରିବାର ଲୋକ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଧିକ ଖବର ପଢନ୍ତୁ...

ଏସସିବି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ବସନ୍ତଙ୍କ ଜୀବନ, ପରିବାର ଲୋକଙ୍କ ଅଭିଯୋଗ

By

Published : Oct 14, 2019, 7:27 PM IST

କଟକ: ଗତ ଶନିବାର ଏସସିବି ମେଡିକାଲର ୩ ମହଲା ଛାତ ଉପରୁ ଖସିପଡି ଜଣେ ଅଜଣା ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଆଜି ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି। ମୃତକ ଜଣକ ହେଉଛନ୍ତି ବାଲେଶ୍ଵର ଅଞ୍ଚଳର ବସନ୍ତ ଜେନା। ଏସସିବି କର୍ତ୍ତୃପକ୍ଷଙ୍କ ଅବହେଳାରୁ ବସନ୍ତଙ୍କ ଜୀବନ ଯାଇଥିବା ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି।

ଏସସିବି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ବସନ୍ତଙ୍କ ଜୀବନ, ପରିବାର ଲୋକଙ୍କ ଅଭିଯୋଗ

ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ, ବସନ୍ତ 3 ମହଲା ଛାତଉପରୁ ଖସିପଡି ପ୍ରାଣ ହରାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ବସନ୍ତ ଶିକ୍ଷକତା କରନ୍ତି। ସେ ଅନେକ ସମୟରେ କଟକ ଆସିବା ସହ ତାଙ୍କ ଛାତ୍ରଙ୍କ ଘରେ ରହିଥାନ୍ତି।

ସୂଚନା ଅନୁସାରେ, ବସନ୍ତ ତାଙ୍କର ହାର୍ନିୟା ଅପରେସନ ପାଇଁ ଘରେ କାହାରିକୁ କିଛି ନଜଣାଇ ମେଡିକାଲ ଚାଲି ଆସିଥିଲେ। ସେ ଛାତ ଉପରୁ ଖସିପଡି ପ୍ରାଣହରାଇଥିବା ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ପରିବାର ଲୋକ। ତାଙ୍କ ମୃତ୍ୟୁ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ପରିବାର। ଅନ୍ୟପଟେ କଟକ ଡିସିପି କହିଛନ୍ତି ମାମଲା ରୁଜୁ ହେଲେ ଘଟଣାର ତଦନ୍ତ କରାଯିବ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details