କଟକ : ଖପୁରିଆ ସରକାରୀ ଆଇଟିଆଇରେ ଖୋଲିଲା ଦୁଇଟି ନୂଆ ଅତ୍ୟାଧୁନିକ ଲ୍ୟାବ । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ସହଯୋଗରେ Skyy Rider Electric Pvt. Ltd E-MOBILITY TRAINIG COM SERVICE ଯୋଗାଇଥିବା ବେଳେ, Automobile Doctor India Pvt. Ltd AUTO TONICS TRANING CENTER ଦୁଇଟି ଲ୍ୟାବ ଆଜି ଖପୁରିଆ ଆଇଟିଆଇରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉକ୍ତ ଦୁଇଟି ଲ୍ୟାବର ଶୁଭାରମ୍ଭ କରିଥିଲେ ।
ଏହି ଲ୍ୟାବର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଉନ୍ନତ ଅଟୋ ଟ୍ରୋନିକ୍ସ ତାଲିମର ପ୍ରତିଷ୍ଠାକୁ ନବୀକରଣ କରିବା । ଏହାସହ ମୋଟର ଯାନ, ବିଭିନ୍ନ ଇଲେକ୍ଟ୍ରିକ୍ ଏବଂ ଇଲକ୍ଟ୍ରୋନିକ ଉପାଦାନର ରକ୍ଷଣାବେକ୍ଷଣ ଏବଂ ମରାମତି କାମ କରାଯିବ । ସମସ୍ତ ଆଇଟିଆଇ ଅନୁଷ୍ଠାନ ସହ ରାଜ୍ୟ ଗୃହ, ନଗର ଉନୟନ ଏବଂ ଅନ୍ୟ ବିଭାଗ ମଧ୍ୟରେ ଏକ ଏମଓୟୁ ହୋଇଥିଲା । ଏଥିରେ ବିଭାଗୀୟ ଗାଡି ମରାମତି କରାଯିବା ସହ ଆଇଟିଆଇ ଛାତ୍ରମାନେ କିପରି ପ୍ରଶିକ୍ଷଣ ନେଇ ପାରିବେ ସେନେଇ ଏହି ଏମଓୟୁ ହୋଇଥିଲା ବୋଲି କହିଛନ୍ତି ସିଏମସି କମିଶନର ।