ଓଡିଶା

odisha

ETV Bharat / city

ପୁରୀ ଦୁଷ୍କର୍ମ ପୀଡିତାଙ୍କ ସଫଳ ଗର୍ଭପାତ, ହାଇକୋର୍ଟରେ SCB କର୍ତ୍ତୃପକ୍ଷଙ୍କ ସତ୍ୟପାଠ ଦାଖଲ - ପୁରୀ ଦୁଷ୍କର୍ମ ପୀଡ଼ିତା ନାବାଳିକା ଗର୍ଭପାତ ସଫଳତା

ପୁରୀର ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ସଫଳତାର ସହ ଏସସିବିରେ ହୋଇଥିବା ବେଳେ ସୋମବାର ହାଇକୋର୍ଟରେ ଏହି ପ୍ରସଙ୍ଗରେ ଏସସିବି କର୍ତ୍ତୃପକ୍ଷ ସତ୍ୟପାଠ ଦାଖଲ କରିଛନ୍ତି । ଏହା ସହ ଭ୍ରୁଣ ତଦନ୍ତକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅଧିକ ପଢନ୍ତୁ...

ହାଇକୋର୍ଟରେ ଏସସିବି କର୍ତ୍ତୃପକ୍ଷଙ୍କ ସତ୍ୟପାଠ ଦାଖଲ
ହାଇକୋର୍ଟରେ ଏସସିବି କର୍ତ୍ତୃପକ୍ଷଙ୍କ ସତ୍ୟପାଠ ଦାଖଲ

By

Published : Apr 12, 2021, 10:53 PM IST

କଟକ: ପୁରୀର ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ସଫଳତାର ସହ ଏସସିବିରେ ହୋଇଥିବା ବେଳେ ସୋମବାର ହାଇକୋର୍ଟରେ ଏହି ପ୍ରସଙ୍ଗରେ ଏସସିବି କର୍ତ୍ତୃପକ୍ଷ ସତ୍ୟପାଠ ଦାଖଲ କରିଛନ୍ତି । ଏହା ସହ ଭ୍ରୁଣ ତଦନ୍ତକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆବଶ୍ୟକ ପଡ଼ିଲେ ଭ୍ରୁଣର ଡିଏନଏ ପରୀକ୍ଷା କରାଯିବ ଓ ଏହା ମାମଲା ତଦନ୍ତ ସହ ଶୁଣାଣିରେ ସହାୟତା କରିବ ବୋଲି କୋର୍ଟ କହିଛନ୍ତି। ଏହାସହ ଏନେଇ ରୁଜୁ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ଓଡିଶା ହାଇକୋର୍ଟ। ନାବାଳିକାର ଗର୍ଭପାତ ପାଇଁ ହାଇକୋର୍ଟ ଗତ ୯ ତାରିଖରେ ନିର୍ଦ୍ଦେଶ ଦେବା ପରେ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଗତକାଲି (ରବିବାର) ଭୋର ସମୟରେ ସଫଳତାର ସହ ଗର୍ଭପାତ କରାଯାଇଥିଲା।

ନାବାଳିକା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ମାନସିକ ଶାରୀରିକ ଭାବେ ସନ୍ତାନ ଧାରଣ କରିବାକୁ ନାବାଳିକା ଚାହୁଁ ନଥିବାରୁ ଗର୍ଭ ନଷ୍ଟ କରିପାରିବେ ବୋଲି କହିଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣିଆ ଏକ୍ସପର୍ଟ ଟିମ୍ ଗଠନ କରାଯାଇ ଏହି ଗର୍ଭପାତ କରାଯାଇଥିଲା।

ଏସସିବି ଅଧିକ୍ଷକ ନିଜେ ଏଥିପାଇଁ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ନାବାଳିକା ୨୩ ସପ୍ତାହର ଗର୍ଭବତୀ ଥିଲେ। ପୁରୀ ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ନାବାଳିକାର ବାପା ମା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ଗର୍ଭପାତ ପାଇଁ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ।

ନାବାଳିକା ଗର୍ଭବତୀ ଥିବା ଜଣାପଡିବା ପରେ ପରିବାର ଲୋକେ ଗର୍ଭପାତ ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାରେ ପହଁଚି ଥିଲେ। ପୁରୀ ହସ୍ପିଟାଲ ଏସସିବିକୁ ମାର୍ଚ୍ଚ ୨୬ରେ ନାବାଳିକାଙ୍କୁ ପଠାଇଥିଲେ। ୨୧ ସପ୍ତାହର ଗର୍ଭ ହୋଇଥିବାରୁ ଗର୍ଭପାତ ପାଇଁ ରାଜି ହୋଇ ନଥିଲେ ଏସସିବିର ଡାକ୍ତର।

ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନସି ଆକ୍ଟ ୧୯୭୧ ଅନୁଯାୟୀ ୨୦ ସପ୍ତାହରୁ ଉର୍ଦ୍ଧ୍ବ ଗର୍ଭପାତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶନାମା ଆବଶ୍ୟକ ଥିଲା। ମାର୍ଚ୍ଚ ୩୦ ତାରିଖରେ ଏସମ୍ପର୍କରେ ଏସସିବି ଅଧୀକ୍ଷକ ଡିଏମଇଟିଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗତ ୯ ତାରିଖରେ ମାମଲା ଲିଷ୍ଟରେ ନଥିଲେ ସୁଦ୍ଧା ଗୁରୁତ୍ୱ ଦୃଷ୍ଟିରୁ ବିଚାର ପାଇଁ ଗ୍ରହଣ କରିଥିଲେ ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details