କଟକ: ସିଲଭର ସିଟିରେ ପୁଣି ମାତିଲେ ଲୁଟେରା। ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ । ସଂଧ୍ୟା ୬ଟା ପରେ ଦୋକାନ ବଜାର ବନ୍ଦ୍ ରହିଥିଲା। ଏହାର ସୁଯୋଗ ନେଇ ଦୋକାନ ତାଲା ଭାଙ୍ଗି ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
ଲକଡାଉନ ସୁଯୋଗ ନେଇ କଟକରେ ସୁନାଦୋକାନରୁ ଲୁଟ - A Massive loot in Cuttack
ବିଡ଼ାନାସି ଥାନାରୁ ମାତ୍ର କେଇ ମିଟର ଦୂରରେ ଥିବା ସୁକନ୍ୟା ଗହଣା ଦୋକାନରୁ ସୋମବାର ରାତିରେ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା। ଏହାସହ ୧୦ରୁ ୧୨ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ବିଡ଼ାନାସି ଥାନାରୁ ମାତ୍ର କେଇ ମିଟର ଦୂରରେ ଥିବା ସୁକନ୍ୟା ଗହଣା ଦୋକାନରୁ ସୋମବାର ରାତିରେ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା। ଏହାସହ ୧୦ରୁ ୧୨ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଦୋକାନ ମାଲିକ ବସନ୍ତ ସାହୁ ସଂଧ୍ୟା ୬ଟା ପରେ ଦୋକାନ ବନ୍ଦ୍ କରି ଘରକୁ ଯାଇଥିଲେ। ହେଲେ ରାତ୍ରି କର୍ଫ୍ୟୁ ଥିବାରୁ ଏଭଳି ଖବର ସୂଚନା ପାଇ ନ ଥିଲେ। ସକାଳୁ ଦୋକାନ ଖୋଲିବାକୁ ଆସିଥିବାବେଳେ ଚୋରି ହୋଇଥିବା ଖବର ପାଇ ବିଡାନାସୀ ଥାନାକୁ ଜଣାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ କଟକ ଡିସିପି ଅଖିଲେଶ୍ୱର ସିଂ କହିଛନ୍ତି କି ଏହି ଘଟଣାରେ ଜଡ଼ିତ ଥିବା ୨ ଅପରାଧୀ ମାନଙ୍କୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ