କଟକ: ଚୌଦ୍ୱାର ଥାନା ପୋଲିସକୁ ବଡ ସଫଳତା । ଜଣେ ନାବାଳକ ଲୁଟେରାକୁ ଗିରଫ କରିବା ସହ ତା ଠାରୁ ଏକାଧିକ ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ ଗତ ୩୦ରେ ଚୌଦ୍ୱାର ଧୂମାବତୀ ନଗରର ସମ୍ବିତ କୁମାର ବେହେରାଙ୍କ ଘରୁ କିଛି ସାମଗ୍ରୀ ଚୋରୀ ହୋଇଥିଲା । ୨ଟି ସ୍ମାର୍ଟ ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି,ଏକ ପିତ୍ତଳ କଇଁଛ ଓ କିଛି ଟାଙ୍କା ଚୋରି ହୋଇଥିଲା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ - କଟକରୁ ଲୁଟେଲା ଗିରଫ
ଚୌଦ୍ୱାର ଥାନା ପୋଲିସକୁ ବଡ ସଫଳତା । ଜଣେ ଲୁଟେରା ଗିରଫ, ଚୋରି ସାମଗ୍ରୀ ଜବତ । ଅଧିକ ପଢନ୍ତୁ...
ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ
ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ
ଘଟଣା ତଦନ୍ତ ଆରମ୍ଭ କରି ନାବାଳକ ଲୁଟେରାକୁ ଢେଙ୍କାନାଳ ଜିଲାରୁ ଗିରଫ କରିଥିଲା ଚୌଦ୍ୱାର ଥାନା ପୋଲିସ । ଗିରଫ ସମୟରେ ତା ଠାରୁ ଚୋରି ହୋଇଥିବା ଜିନିଷ ସହ ଏକ ବାଇକ,୧୮ଟି ଫୋନ,ଏକ ପିତ୍ତଳ ହନୁମାନ ମୂର୍ତ୍ତି ଓ କିଛି ଟଙ୍କା ଜବତ ହୋଇଥିଲା । ସେ କଟକ ଢେଙ୍କାନାଳ ସହ ବିଭିନ୍ନ ଜିଲ୍ଲାରୁ ଚୋରି କରିଥିବା ପୋଲିସ ଆଗରେ ପ୍ରକାଶ କରିଛି। ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। ଚୌଦ୍ୱାର ପୋଲିସ ତାକୁ କୋର୍ଟ ଚାଲାଣ କରି ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ