କଟକ: କୋରୋନା କବଳରେ କଟକ ବଡ଼ ମେଡିକାଲର ଡାକ୍ତର । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ ଦାନ୍ତ ବିଭାଗର ହୋଇଥିବା ଜଣାପଡିଛି । ତାଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ କିଛି ଦିନ ହେବ ସେ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ।
କୋରୋନା କବଳରେ କଟକ ବଡ ମେଡିକାଲର ଦନ୍ତ ଚିକିତ୍ସକ - କଟକ ଲାଟେଷ୍ଟ ନ୍ୟୁଜ୍
କୋରୋନା କବଳରେ କଟକ ବଡ଼ ମେଡିକାଲର ଡାକ୍ତର । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ ଦାନ୍ତ ବିଭାଗର ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

କୋରୋନା କବଳରେ କଟକ ବଡ ମେଡିକାଲର ଦନ୍ତ ଚିକିତ୍ସକ
ସ୍ବାବ ନମୂନାର ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ପୃକ୍ତ ଡାକ୍ତର ଜଣକ କେଉଁ କେଉଁ ଲୋକଙ୍କ ସହ ମିସିଥିଲେ ତାହାର ତଥ୍ୟ ଯାଞ୍ଚ କରାଯାଉଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ