କଟକ: ମାହାଙ୍ଗା ଥାନା ଆନନ୍ଦପୁର ଗାଁର ପୋଖରୀରୁ ମୃତଦେହ ଉଦ୍ଧାର । ମୃତଦେହଟି ଜଣେ କ୍ଷୀର ବେପାରୀଙ୍କର ବୋଲି ଜଣାପଡିଛି ।ମୃତକ ଜଣକ ଶୁକ୍ରବାର ରାତ୍ରିରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଶନିବାର ତାଙ୍କ ମୃତଦେହ ମିଳିଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ସବୁଦିନ ଭଳି କୁମୁଡା ଯଇପୁର ପୋଲ ପାଖରେ ଛେନା ବିକ୍ରିକରି ଘରକୁ ଫେରନ୍ତି ରାମଚନ୍ଦ୍ର ବେହେରା l କିନ୍ତୁ ଶୁକ୍ରବାର ରାତିରୁ ନିଖୋଜ ଥିବା ହେତୁ ପରିବାର ଲୋକେ ମାହାଙ୍ଗା ଥାନାରେ ଏତେଲା ଦାୟର ଦେଇଥିଲେ ।