କଟକ: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦କୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ରୁଜୁ ଆବେଦନରେ ଦର୍ଶାଯାଇଛି ଯେ ଏହା ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ସ୍ବାଧୀନତା ଉପରେ ଅଙ୍କୁଶ ଜାରି କରିବାକୁ ସରକାର ଚେଷ୍ଟା କରିଛନ୍ତି ।
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା - Odisha University Amendment Act
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ବିରୋଧ । ହାଇକୋର୍ଟରେ ହେଲା ମାମଲା ରୁଜୁ । ଅଧିକ ପଢନ୍ତୁ...
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା
ଜାତୀୟ ଶିକ୍ଷାନୀତିର ଏହା ବିରୁଦ୍ଧାଚରଣ କରୁଛି। ଆଇନରେ ଏହି ସଂଶୋଧନ ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି । ଏପରି ଆଇନ ଆଣିବାର ସରକାରଙ୍କ କ୍ଷମତା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯିବା ସହିତ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଯାଇଛି । ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ ଅସାମ୍ବିଧାନିକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ