କଟକ: କୋଭିଡ-19 ସମୟରେ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଘଟଣାରେ ସୋମବାର ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା । ଜାତୀୟତାବାଦ ଓକିଲ ମଞ୍ଚ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ଅଧିକ ଟଙ୍କାରେ ଓ ବେଆଇନ ଭାବେ ମେଡିକାଲ ସାମଗ୍ରୀ କିଣିଥିବା ନେଇ ଏହି ମାମଲାରେ ଅଭିଯୋଗ ହୋଇଛି ।
କୋଭିଡ କିଟ କିଣା ଦୁର୍ନୀତି, ହାଇକୋର୍ଟରେ ମାମଲା ରୁଜୁ - ହାଇକୋର୍ଟରେ ବେଆଇନ ମେଡିକାଲ ସାମଗ୍ରୀ କ୍ରମ ମାମଲା
କୋଭିଡ-19 ସମୟରେ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଘଟଣାରେ ସୋମବାର ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ...

ମହାମାରୀରେ ବେଆଇନ ମେଡିକାଲ ସାମଗ୍ରୀ କ୍ରୟକୁ ହାଇକୋର୍ଟରେ ବିରୋଧ
ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ଦେଖାଯାଇଛି । ତେଣୁ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ