ଓଡିଶା

odisha

ETV Bharat / city

ଅଗ୍ନିଶମ ଦିବସରେ କର୍ମଚାରୀଙ୍କ ପ୍ରଶଂସାରେ ଡିଜି - cuttack

ଆଜି 75ତମ ଅଗ୍ନିଶମ ଦିବସ ଉପଲକ୍ଷେ କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ପୁରସ୍କାର ବିତରଣ କରାଯାଇଛି। ଡିଜି ବିକେ ଶର୍ମା ଏହି ଦକ୍ଷ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ

By

Published : Apr 14, 2019, 7:10 PM IST

କଟକ: ରାଜ୍ୟରେ ଅଗ୍ନି ନିର୍ବାପକ କର୍ମଚାରୀ ସୁଚାର ରୂପେ ନିଭାଉଛନ୍ତି ସେମାନଙ୍କ କାମ । ଅନୁକୂଳ କି ପ୍ରତିକୂଳ ପରିବେଶକୁ ଭ୍ରୁକ୍ଷେପ ନକରି ସମାଜର ହିତରେ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି ସେମାନେ। ଏହା ସହିତ ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ସୁରକ୍ଷା ମେରୁଦଣ୍ଡ ଭଳି ଲୋକଙ୍କ ପାଖରେ ରହୁଛନ୍ତି ଏମାନେ । ସେଥିପାଇଁ ଆଜି 75ତମ ଅଗ୍ନିଶମ ଦିବସ ଉପଲକ୍ଷେ ରାଜ୍ୟରେ ଥିବା ସମସ୍ତ କର୍ମଚାରୀଙ୍କୁ ସାଲୁଟ କରିବା ସହ କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଛନ୍ତି ଡିଜି ବିକେ ଶର୍ମା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଟକ

ରାଜ୍ୟରେ ବର୍ତ୍ତମାନ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ନିଆଁ ଲିଭାଠୁ ଆରମ୍ଭ କରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ପ୍ରାଣକୁ ଜଳାଞ୍ଜଳି ଦେଇ ସମାଜକୁ ରକ୍ଷା କରୁଛନ୍ତି । ଏହା ଦ୍ୱାରା ସମାଜରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି ଅଗ୍ନିଶମ ବିଭାଗ ।

କେରଳ ବନ୍ୟା, ଆନ୍ଧ୍ର ପ୍ରଦେଶରେ ଭୟଙ୍କର ବାତ୍ୟା ସମୟରେ ମଧ୍ୟ ଲୋକଙ୍କୁ ନୂଆ ଜୀବନ ଦେବାରେ ସାହାଯ୍ୟ କରିଛି ବିଭାଗ । ଯାହା ପାଇଁ ବିଭାଗ ସର୍ବଦା ଗର୍ବିତ ବୋଲି କହିଛନ୍ତି ଡିଜି ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details