ଓଡିଶା

odisha

ETV Bharat / city

‘କର୍ତ୍ତବ୍ୟନିଷ୍ଠ ହୋଇ କାମ କଲେ ଲକ୍ଷ୍ୟ ପୂରଣ ହୁଏ’ - ଷଷ୍ଠ ସମାବର୍ତ୍ତନ ଉତ୍ସବ

ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଅଜୟ ମାନିକରାଓ ଖାନୱେଲକର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 19, 2019, 7:22 PM IST

କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଷଷ୍ଠ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଅଜୟ ମାନିକରାଓ ଖାନୱେଲକର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ ମଧ୍ୟ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସମାବର୍ତ୍ତନ ଉତ୍ସବରେ ସମୁଦାୟ 152 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । 2ଜଣଙ୍କୁ ପିଏଚଡି ପ୍ରଦାନ କରାଯାଇଥିବା ବେଳେ 41ଜଣଙ୍କୁ ଏଲଏଲଏମ, 50ଜଣଙ୍କୁ ବିଏ ଏଲଏଲବି ଓ 59 ଜଣଙ୍କୁ ବିବିଏ ଏଲଏଲବି ଡିଗ୍ରୀ ପ୍ରଦାନ କରାଯାଇଛି । ଆଇପିଏସ ସତ୍ୟଜିତ ମହାନ୍ତିଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏହାସହିତ 20ଜଣ ଛାତ୍ରଛାତ୍ରୀଙ୍କୁ କୃତୀତ୍ବ ପାଇଁ ସ୍ଵର୍ଣ୍ଣ ପଦକ ଦିଆଯାଇଛି ।

ଏଲଏଲଏମରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଅପାଲା ଗୋସ୍ଵାମୀଙ୍କୁ ୟୁନିଭରସିଟି ଗୋଲଡ଼ ମେଡାଲ ପ୍ରଦାନ କରାଯାଇଥିବା ବେଳେ ଶ୍ରେୟା ସିଂହଙ୍କୁ ବିଏ ଏଲଏଲବିରେ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।

ସୁପ୍ରିମକୋର୍ଟ ବିଚାରପତି ଅଜୟ ମାନିକରାଓ ଖାନୱେଲକର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କର୍ତ୍ତବ୍ୟରେ ନିଜ ମନକୁ ସ୍ଥିର ରଖିବା ସହ ଲକ୍ଷ୍ୟକୁ ତୃଣମୂଳ ସ୍ତରରୁ ଚିନ୍ତା କରିବା ଆବଶ୍ୟକ । ଏହା ଦ୍ବାରା ସବୁ ଉପାୟ ଆପେ ଆପେ ଆସିବ ବୋଲି ଖାନୱେଲକର କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details