କଟକ: ଦିନକରେ କଟକ ମହାନଗର ନିଗମରୁ ୫୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଜଣଙ୍କ ପ୍ରାଣହାନୀ ଘଟିଛି । ଏମାନଙ୍କ ମଧ୍ୟରୁ ୨୦ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଏବଂ ୧୭ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।
ଦିନକରେ ସିଏମସିରୁ 56 କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - କଟକ ମହାନଗର ନିଗମ କୋରୋନା ମୃତ୍ୟୁସଂଖ୍ୟା
କଟକ ମହାନଗର ନିଗମରୁ 56 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ କୋରୋନା କବଳରେ ଜଣଙ୍କର ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...
ଦିନକରେ ସିଏମସିରୁ 56 କୋରୋନା ଆକ୍ରାନ୍ତ ଚିହ୍ନଟ
ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ ଅଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୧୫୨ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୧୪ ହଜାର ୩୦୦ କୋରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କୋରୋନାରେ କଟକ ମହାନଗର ନିଗମରୁ ୭୨ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିପରି ୭୮୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ