ଓଡିଶା

odisha

କଟକରେ ୫୬ ନୂଆ କୋରୋନା ପଜିଟିଭ

ବୁଧବାର ସିଲଭର ସିଟି କଟକ ମହାନଗର ନିଗମରୁ ୫୬ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ।

By

Published : Jul 29, 2020, 4:57 PM IST

Published : Jul 29, 2020, 4:57 PM IST

corona
କଟକରୁ ୫୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

କଟକ: କୋରୋନା ମାମଲାରେ ଲାଗୁନି ବ୍ରେକ । ଏପଟେ ବୁଧବାର ସିଲଭର ସିଟି କଟକ ମହାନଗର ନିଗମରୁ ୫୬ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ।

ଚିହ୍ନଟ 56 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ତେବେ ୨ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପଟେ ଏହି ମାରାତ୍ମକ ଭାଇରସ କାରଣରୁ ୧୦ ଜଣ ଆକ୍ରାନ୍ତଙ୍କର ଏବେସୁଦ୍ଧା ମୃତ୍ୟୁ ଘଟିଛି । ସେହିପରି ୫୦୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details