କଟକ: ଜିଲ୍ଲା ମହାନଗର ନିଗମରେ ସୋମବାର 43 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 7 ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଶିକ୍ଷାନୁଷ୍ଠାନ ସଙ୍ଗରୋଧ କେନ୍ଦ୍ରରୁ ରହିଥବା ସୂଚନା ମିଳିଛି । ସେହିପରି ୩୦ ଜଣ ସ୍ଥାନୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି କଟକ ମହାନଗର ନିଗମରେ 43 କୋରୋନା ଆକ୍ରାନ୍ତ ଚିହ୍ନଟ - କଟକ ମହାନଗର ନିଗମ
କଟକ ମହାନଗର ନିଗମରେ ସୋମବାର 43 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲା ସିଏମସି । ଅଧିକ ପଢ଼ନ୍ତୁ...
ଆଜି କଟକ ମହାନଗର ନିଗମରେ 43 କୋରୋନା ଆକ୍ରାନ୍ତ ଚିହ୍ନଟ
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୨୯୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ୧୪ ହଜାର ୪୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭୫ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୭୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକ ମହାନଗର ନିଗମରେ ସୋମବାର ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି କହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ